Pratidin TV

Odisha's Digital News Platform

ଜନ୍ମଦିନରେ ଶାହାରୁଖଙ୍କ ରିଲିଜ ହେଲା ଫିଲ୍ମ ‘Dunki’ ର ଟିଜର, ଫ୍ୟାନ୍ସ ହେଲେ ଖୁସି

ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ପାଇଁ ୨୦୨୩ ବର୍ଷ ବହୁତ ସ୍ପେଶାଲ ରହିଛି । ଚଳିତ ବର୍ଷ କିଙ୍ଗ ଖାନଙ୍କ ଦୁଇ ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ବ୍ୟାକ ଟୁ ବ୍ୟାକ ବଡ ପରଦାରେ ମୁକ୍ତିଲାଭ କରିଛି । ତଥାପି ଶାହାରୁଖଙ୍କ ମନୋରଞ୍ଜନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । କାହିିଁକି ନା ପଠାନ ଏବଂ ଜୱାନଙ୍କ ପରେ ଏବେ ସେ ଡିସେମ୍ବରରେ ଆଉ ଏକ ଫିଲ୍ମକୁ ନେଇ ପରଦାକୁ ଆସୁଛନ୍ତି ।

ଯାହାର ଝଲକ ଆଜି ଅର୍ଥାତ ତାଙ୍କ ଜନ୍ମ ଦିନରେ ସେ ସରପ୍ରାଇଜ ଦେଇ ଜଣାଇଛନ୍ତି । ତାଙ୍କର ଆଗାମୀ ଫିଲ୍ମ ନେଇ ପୂର୍ବରୁ ନାଁ ଘୋଷଣା ହୋଇଥିବା ବେଳେ ଆଜି ତାର ଏକ ଟିଜର ରିଲିଜ ହୋଇଛି । ଦିନ ୧୧ଟାରେ ଫିଲ୍ମ ଡଙ୍କିର ଟିଜର ରିଲିଜ ହୋଇଛି । ଏଥର ଶାହାରୁଖ ଏକ ଭିନ୍ନ ଧାରାରେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ଏବଂ ପରୀକ୍ଷଣ ମୋଡରେ ଅଛନ୍ତି ।

ଏହି ଚଳଚ୍ଚିତ୍ରରେ ମଧ୍ୟ ସମାନ କିଛି ଦୃଶ୍ୟମାନ ହେଉଛି । ଟ୍ରେଲର ବିଷୟରେ କହିବାକୁ ଗଲେ ଏଥିରେ ୫ଜଣଙ୍କ କାହାଣୀ ଦେଖାଯାଇଛି । ଟିଜର ଆରମ୍ଭରେ ଶାହାରୁଖ ଖାନଙ୍କ ଏଣ୍ଟି ହୋଇଥିଲା ଯେଉଁଥିରେ ସେ ମରୁଭୂମିରେ ଦୌଡୁଥିବା ନଜର ଆସିଛନ୍ତି । ତାଙ୍କ ସହିତ ଅନ୍ୟ କିଛି ଲୋକ ମଧ୍ୟ ଅଛନ୍ତି । କିଛି ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ୫ଜଣ ମିଶି ବିଦେଶରେ ଯିବା ପାଇଁ କଣ ସବୁ ସାମ୍ନା କରୁଛନ୍ତି ସେଥିରେ ଦେଖାଯାଇଛି । ତେବେ ସମ୍ପୂର୍ଣ୍ଣ କାହାଣୀ କଣ ତାହା ରିଲିଜ ହେଲେ ଜଣା ପଡିବ । ତେବେ ଟିଜର ବିଷୟରେ କହିବାକୁ ଗଲେ ବହୁତ ଛୋଟ ଥିଲା ଏବଂ ଫିଲ୍ମର କାହାଣୀ ବିଷୟରେ ଅଧିକ କିଛି ଦେଖାଇ ନାହାନ୍ତି ।

କିନ୍ତୁ ଟିଜରରେ ଶାହାରୁଖ ଖାନଙ୍କ ଲୁକରେ କିଛି ବଦଳି ହୋଇ ନାହିଁ ବରଂ ଟିଜରରେ ସେ ଆମକୁ ତାଙ୍କର ପୁରୁଣା ଫିଲ୍ମର ଚେହେରାକୁ ମନେ ପକାଉଥିବାର ଦେଖାଯାଏ ଯେଉଁଥିରେ ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେ, ଫ୍ୟାନ୍ ଏବଂ ଜିରୋ ଭଳି ଫିଲ୍ମ ଅନ୍ତର୍ଭୁକ୍ତ । ତେବେ ଶାହାରୁଖ ଖାନଙ୍କ ଡଙ୍କି ଚଳଚ୍ଚିତ୍ର ୨୧ ଡିସେମ୍ବର ୨୦୨୩ ରେ ମୁକ୍ତିଲାଭ କରିବ । ପୂର୍ବରୁ ତା ୨୨କୁ ହୋଇଥିଲା । ଖ୍ରୀଷ୍ଟମାସ ଅବସରରେ ଶାହାରୁଖ ଖାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ମନୋରଞ୍ଜନ ଆଣିଛନ୍ତି । ପ୍ରଥମ ଥର ପାଇଁ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀଭ୍‌କକାମ କରିବାକୁ ଯାଉଛନ୍ତି ଶାହରୁଖ । ଏହି ଚଳଚ୍ଚିତ୍ରରେ ଶାହାରୁଖଙ୍କ ବ୍ୟତୀତ ବିକି କୌଶଲ , ବୋମାନ ଇରାନୀ, ସତୀଶ ଶାହା ଏବଂ ତାପସୀ ପନ୍ନୁ ମଧ୍ୟ ନଜର ଆସିବେ । ଯାହା ଟିଜରରୁ ଜଣା ପଡିଛି ।

Leave a Reply

Your email address will not be published. Required fields are marked *