Pratidin TV

Odisha's Digital News Platform

ମ୍ୟାଚ ହାରିବା ପରେ ଭାଙ୍ଗି ପଡିଥିଲେ ପନ୍ତ , ପଡିଆ ମଝିରେ ସାହାରା ଦେଲେ ଶାହରୁଖ ..

1 min read

ଭାଙ୍ଗିପଡିଥିଲେ ପନ୍ତ , ଠିକ ସେତିକି ବେଳେ ପଡିଆ ମଝିକୁ ଦଉଡି ଯାଇ କୁଣ୍ଢାଇ ପକାଇ ବୁଝାଇ ଥିଲେ ଶାହରୁଖ । ଚଳିତ ଆଇପିଏଲ ରେ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି ଅଭିନେତା । ବିପକ୍ଷ ଦଳ ହାରିବା ପରେ ସେ ସମସ୍ତ ଖେଳାଳୀଙ୍କୁ ଭେଟିଥିଲେ ଏବଂ ଆଗାମୀ ମ୍ୟାଚ୍ ପାଇଁ ଇତ୍ସାହିତ କରିଥିଲେ । ଯାହାର ଭିଡିଓ ଏବେ ବେଶ ଭାଇରଲ ହେବାରେ ଲାଗିଛି ।

ଗତକାଲି ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ ବଲିଉଡ ତାରକା ତଥା କେକେଆର ମାଲିକ ଶାହାରୁଖ ଖାନ । ନିଜ ଦଳର ବିଜୟ ପରେ ସେ ବେଶ୍ ଖୁସ୍ ନଜର ଆସିଥିଲେ । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ପରାଜୟରେ ସେ ସମସ୍ତ ଖେଳାଳୀଙ୍କୁ ଭେଟିଥିଲେ ଏବଂ ଆଗାମୀ ମ୍ୟାଚ୍ ପାଇଁ ଇତ୍ସାହିତ କରିଥିଲେ ।ଏହି ସମୟରେ କ୍ୟାମେରାରେ କଏଦ ହୋଇଥିଲା ସୁନ୍ଦର ଦୃଶ୍ୟ, ଯେଉଁଥିରେ ଶାହାରୁଖ ଅଧିନାୟକ ଋଷଭ ପନ୍ଥଙ୍କୁ ଆଲିଙ୍ଗନ କରୁଥିବାର ଦେଖିବା ପାଇଁ ମିଳିଥିଲା । କେବେଳ ଋଷଭ ନୁହଁନ୍ତି ଦଳର ଅନ୍ୟ ଖେଳାଳିଙ୍କୁ ମଧ୍ୟ ଭେଟି ସମସ୍ତଙ୍କ ଉତ୍ସାହ ବଢାଇଥିଲେ କିଙ୍ଗ୍ ଖାନ । ପ୍ରଶଂସକମାନେ ଶାହାରୁଖଙ୍କ ଏହି ଅନ୍ଦାଜର ବେଶ୍ ପ୍ରଶଂସା କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଥିଲା ଯାହା ପରେ ଏଥିରେ ପ୍ରଶଂସକଙ୍କର ଲାଇକ୍ ଏବଂ କମେଣ୍ଟର ବର୍ଷା ହେଉଥିବା ଦେଖିବା ପାଇଁ ମିଳିଛି । ଫ୍ୟାନ୍ସ କିଙ୍ଗ୍ ଖାନଙ୍କ ଖୁବ୍ ପ୍ରଶଂସା କରୁଥିବାର ଦେଖିବା ପାଇଁ ମିଳୁଛି ।

Advertisement

ଗତକାଲି ବିଶାଖାପାଟନମରେ ଖେଳା ଯାଉଥିବା ଏହି ମ୍ୟାଚରେ କେକେଆର୍ ବ୍ୟାଟରଙ୍କ ସମେତ ବୋଲରଙ୍କ ଜାଦୁ ଦେଖିବାକୁ ମିଳିଥିଲା ପ୍ରଥମେ ବ୍ୟାଟିଂ କରି ୨୭୨ ରନର ବିଶାଳ ସ୍କୋର୍ କରିଥିଲା ଟିମ୍ । ଏହାର ଜବାବରେ ମୈଦାନକୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାରମ୍ଭରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ମଧ୍ୟ କେକେଆର ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଟି ପାରିନଥିଲେ ।କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରେନରେ ପରାସ୍ତ କରିଛି । ଆଇପିଏଲ୍ ୨୦୨୪ର ଏହା ଦଳର ସବୁଠୁ ବଡ଼ ବିଜୟ । କେକେଆର ପାଇଁ ସୁନୀଲ ନରେନ୍ ୮୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ।

Leave a Reply

Your email address will not be published. Required fields are marked *