Pratidin TV

Odisha's Digital News Platform

ବ୍ରହ୍ମାସ୍ତ୍ର -୨ ରେ ନଜର ଆସିବେ ଆର୍ଯ୍ୟନ ଖାନ୍ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଫଟୋ

1 min read

ନୂଆଦିଲ୍ଲୀ : ନିକଟରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଅନେକ ଚର୍ଚ୍ଚାରେ ଥିଲେ କିଙ୍ଗ୍ ଖାନଙ୍କ ପୁଅ ଆର୍ଯ୍ୟନ । ଏବେ ପୁଣି ତାଙ୍କ ନାରେ ଜୋରେ ଧରିଛି ସୋସିଆଲ ମିଡିଆର ଏକ ଖବର । ଶୁଣିବାକୁ ମିଳୁଛି ଯେ ଆର୍ଯ୍ୟନ ଖୁବ୍ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବାପା ଶାହରୁଖ୍‌ଙ୍କୁ ରିପ୍ଲେସ କରି ଆର୍ଯ୍ୟନ ବ୍ରହ୍ମାସ୍ତ୍ର-୨ ରେ ନଜର ଆସିପାରନ୍ତି । ନିକଟରେ ଆର୍ଯ୍ୟନଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆର୍ଯ୍ୟନ ବ୍ରହ୍ମସ୍ତ୍ର -୨ ପୋଷ୍ଟରରେ ବାନରଅସ୍ତ୍ର ରୂପେ ନଜର ଆସିଛନ୍ତି ।

ତେବେ ପୂର୍ବରୁ ବ୍ରହ୍ମାସ୍ତ୍ରରେ କିଙ୍ଗଖାନ ସାହରୁଖ ବାନରାସ୍ତ୍ର ଭୂମିକାରେ ନଜର ଆସିଥିଲା ବେଳେ ଏଥର ପାର୍ଟ-୨ ଜୁନିୟର କିଙ୍ଗ ଖାନ ନଜର ଆସିପାରନ୍ତି । ଆର୍ଯ୍ୟନଙ୍କ ଏହି ଫଟୋ ଦେଖି ଫ୍ୟନ୍ସ ମାନଙ୍କ ଖୁସିର ସୀମା ଟପିଯାଇଥିଲା । କିନ୍ତୁ ଏହି ଖବରଟି କେତେ ଦୂର ସତ ତାହା ଏଯାଏଁ ସୁଦ୍ଧା ସ୍ପଷ୍ଟ ହୋଇପାରିନି । କହିବାକୁ ଗଲେ ଏହି ପୋଷ୍ଟର ଆର୍ଯ୍ୟନଙ୍କ ଫ୍ୟାନ୍ସ ପ୍ରସ୍ତୁତ କରିଛନ୍ତି।

ଫ୍ୟାନ୍ସ କହିଛନ୍ତି କି ଯଦି ଶାହାରୁଖଙ୍କ ପରେ କାହାକୁ ବାନରଅସ୍ତ୍ରରେ ଦେଖିବାକୁ ଚାହୁଁଛନ୍ତି । ତାହାଲେ ସେମାନେ ଜୁନିୟର କିଙ୍ଗ୍ ଖାନଙ୍କୁ ଦେଖିବାକୁ ଚାହୁଁଛନ୍ତି ।କାହିଁକି ନା ଶାହାରୁଖ୍ କେବଳ ୨୦ ମିନିଟ୍ କ୍ୟାମିଓ ରୋଲ ପାଇଁ ପପୁଲାର ହୋଇଯାଇଥିଲେ। ଯାହା ସେମାନେ ବର୍ତ୍ତମାନ ଆର୍ଯ୍ୟନଙ୍କଠାରୁ ଆଶା କରୁଚନ୍ତି । ତେବେ ଦେଖାଯାଉ ଏନେଇ ବଲିଉଡ୍ କିଛି ପ୍ରତିକ୍ରିୟା ପ୍ରକାଶ କରୁଛି କି ନାହିଁ ।
!

Leave a Reply

Your email address will not be published. Required fields are marked *