Pratidin TV

Odisha's Digital News Platform

ଏଥର ଦର୍ଶକ ଦେଖିବେ ବାପା ଝିଅ ଯୋଡି , ସୁହାନାଙ୍କ ଫିଲ୍ମରେ ଡନ ହେବେ ଶାହରୁଖ …

1 min read

ଏଥର ଦର୍ଶକ ଦେଖିବେ ବାପା ଝିଅଙ୍କ ଯୋଡି । ଖୁବଶୀଘ୍ର ଏକାଠି କାମ କରିବେ ବଲିଉଡର କିଙ୍ଗଖାନ୍ ଓ ଝିଅ ସୁହାନା ଖାନ୍ । ୨୦୨୩ରେ ଚଳଚ୍ଚିତ୍ର ପଠାନ୍ ଯୋଗେ ଜବରଦସ୍ତ କମ୍‌ବ୍ୟାକ୍ କରିଥିଲେ ଶାହାରୁଖ । ଏବେ ପୁଣି ଥରେ ଡନ୍ ହୋଇ ସେ ପରଦାକୁ ଫେରିବେ । ନିକଟରେ ଶାହାରୁଖ ଡନ୍ ଫ୍ରାଞ୍ଚାଇଜର ଅଂଶ ନୁହେଁ ବୋଲି ଖବର ପ୍ରସାରଣ ହେବା ପରେ ଏହା ତାଙ୍କ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା । କିନ୍ତୁ ଝିଅ ସୁହାନାଙ୍କ ଫିଲ୍ମ କିଙ୍ଗ୍‌ରେ ଡନ୍ ଚରିତ୍ରରେ ନଜର ଆସିବେ ଶାହାରୁଖ । ଫିଲ୍ମ କିଙ୍ଗରେ ଶାହାରୁଖ ଖାନ ଡନ୍ ଭୂମିକାରେ କମବ୍ୟାକ୍ କରିବେ । ତାଙ୍କ ଲୁକ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ଡିଜାଇନ୍ କରାଯାଇଛି । ଏହି ଚଳଚ୍ଚିତ୍ରରେ ଲମ୍ବା ଦାଢି ଓ କେଶରେ ନଜର ଆସିବେ କିଙ୍ଗ ଖାନ ।

ଏହାପୂର୍ବରୁ ଖବର ରହିଥିଲା ଯେ, ଶାହାରୁଖ ଖାନ ‘କିଙ୍ଗ’ରେ ଏକ କ୍ୟାମୋ କରିବେ । କିନ୍ତୁ ବର୍ତ୍ତମାନ ତାଙ୍କ ଭିଲେନ ଭୂମିକାରେ ଅଭିନୟ କରୁଥିବା ଖବର ଚର୍ଚ୍ଚାରେ ରହିଛି । ତେବେ ଖାସ କଥା ହେଲା ଯେ ‘କିଙ୍ଗ’ ହେଉଛି ବଡ ପରଦାରେ ସୁହାନା ଖାନଙ୍କର ପ୍ରଥମ ଚଳଚ୍ଚିତ୍ର । ଏହାପୂର୍ବରୁ ସୁହାନାଙ୍କ ଫିଲ୍ମ ‘ଦି ଆର୍ଜିଜ୍‌’ ରିଲିଜ୍ ହୋଇଥିଲା ଯାହା ଙଞଞ ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରିତ ହୋଇଥିଲା । ଏଥିରେ ଜଣେ ଗୁରୁ ଏବଂ ଶିଷ୍ୟର କାହାଣୀ ଦେଖିବା ପାଇଁ ମିଳିଥିଲା । ୨୦୦ କୋଟି ଟଙ୍କାର ବିପୁଳ ବଜେଟରେ ନିର୍ମିତ ‘କିଙ୍ଗ୍‌’ ଚଳଚ୍ଚିତ୍ରରେ ସୁହାନା ଖାନଙ୍କୁ ଏକ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ, ଯେଉଁଥିପାଇଁ ସେ ମଧ୍ୟ କଠୋର ତାଲିମ ନେଉଛନ୍ତି । ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ, ଶାହରୁଖ ଖାନ ଦର୍ଶକଙ୍କ ପାଇଁ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ଏବଂ ସେ ଜାଣନ୍ତି ଯେ ଲୋକମାନେ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ସେ ସିଦ୍ଧାର୍ଥ ଆନନ୍ଦ ଏବଂ ସୁଜୟ ଘୋଷଙ୍କ ସହ ‘କିଙ୍ଗ’ରେ କାମ କରୁଛନ୍ତି । ‘କିଙ୍ଗ’ରେ ଶାହାରୁଖ ଖାନଙ୍କ ଲୁକ ବିଷୟରେ କହିବାକୁ ଗଲେ ତାଙ୍କୁ ଲମ୍ବା କେଶ ଏବଂ ହାଲୁକା ଦାଢିରେ ଦେଖିବାକୁ ମିଳିବ ।

Advertisement

Leave a Reply

Your email address will not be published. Required fields are marked *