Pratidin TV

Odisha's Digital News Platform

କିଙ୍ଗ୍ ଖାନଙ୍କ ଫ୍ୟାନ୍ସଙ୍କୁ ଜନ୍ମଦିନରେ ବଡ ଉପହାର : ଏହି ଦିନ ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ DDLJ

1 min read

ନୂଆଦିଲ୍ଲୀ : ୫୬ ବର୍ଷ ବୟସରେ ମଧ୍ୟ ବଲିଉଡ୍‌ରେ ବାଦଶାହଙ୍କ ରାଜ୍ ଟିକେବି ଫିକା ପଡିନାହିଁ । ବଲିଉଡ୍‌ର ବାଦଶାହ୍ ତଥା କିଙ୍ଗ୍‌ଖାନଙ୍କ ଜନ୍ମଦିନ ନଭେମ୍ବର ୨ ତାରିଖ । ଅର୍ଥାତ୍ ଗତକାଲି ଶାହରୁଖ ୫୭ ବର୍ଷର ହୋଇଯିବେ । ଏନେଇ କିଙ୍ଗ୍‌ଖାନ ନିଜ ପ୍ରସଂଶକମାନଙ୍କ ପାଇଁ ଦୁଇ ଦୁଇଟି ସପ୍ରାଇଜ୍ ରଖିଛନ୍ତି । ୨୦୨୩ ରେ ରିଲିଜ୍ ହେବାକୁ ଯାଉଥିବା ପଠାନ୍ ଫିଲ୍ମର ପ୍ରଥମ ଟ୍ରିଜର୍ ଗତକାଲି ରିଲିଜ୍ ହେବାକୁ ଯାଉଛି ।

ତେବେ ବାଦଶାହଙ୍କ ସପ୍ରାଇଜ୍ ଏତିକିରେ ସୀମିତ ହେବାକୁ ଯାଉନି । ଜାଣିବାକୁ ମିଳିଛି ଯେ କିଙ୍ଗ୍‌ଖାନ ତାଙ୍କ ଜନ୍ମଦିନ ଅବସରରେ ଦର୍ଶକଙ୍କ ପାଇଁ ଏକ ବଡ଼ ଖୁସି ରଖିଛନ୍ତି। ସେ ୧୯୯୫ ରେ ତାଙ୍କର ବହୁ ଲୋକପ୍ରିୟ ଚଳଚ୍ଚିତ୍ର ଦିଲ୍ ୱାଲେ ଦୁଲ୍‌ହନିଆ ଲେଜାଏଙ୍ଗେ (ଡିଡିଏଲ୍)କୁ ପୁଣି ଥରେ ଥିଏଟର୍ ରେ ରିଲିଜ୍ କରିବାକୁ ଯାଉଛନ୍ତି।

DDLJ’କୁ କିଙ୍ଗ୍‌ଖାନଙ୍କ ଜୀବନର ସବୁଠାରୁ ଆଇକନିକ୍ ଚଳଚ୍ଚିତ୍ର ବୋଲି କୁହା୍‌ଯାଏ। ୧୯୯୫ ମସିହା ଅକ୍ଟୋବର ୨୦ ତାରିଖରେ ଚଳଚ୍ଚିତ୍ରଟି ପ୍ରଥମେ ଥିଏଟର୍ରେ ରିଲିଜ୍ ହୋଇଥିଲା। ସିନେମା ଇତିହାସରେ ଏହା ଥିଲା ସବୁଠାରୁ ଦୀର୍ଘ ଦିନ ଧରି ହଲ୍ ରେ ପଡ଼ିଥିବା ଏକ ସିନେମା। ଲକ୍ଡାଉନ୍ ସମୟକୁ ବାଦ୍ ଦେଲେ ଏହି ଚଳଚ୍ଚିତ୍ରଟି ଗତ ୨୭ ବର୍ଷ ହେବ ମୁମ୍ବାଇର ମରାଠା ମନ୍ଦିର ସିନେମା ହଲ୍ ରେ ପଡ଼ିଛି। ଏବେ ସିନେମାଟି ମରାଠା ମନ୍ଦିର ବାଦେ ପିଭିଆର୍ର କିଛି ହଲ୍ ରେ ପଡ଼ିବ।

ଚଳଚ୍ଚିତ୍ରଟି ଦିଲ୍ଲୀ, ମୁମ୍ବାଇ, କୋଲକାତା, କାନପୁର, ଅହମ୍ମଦାବାଦ୍, ଲକ୍ଷ୍ନୌ, ପୁଣେ ଏବଂ ସୁରଟରେ ଡିଡିଏଲ୍ଜେ ରିଲିଜ୍ ହେବାର ପୂରା ପ୍ରସ୍ତୁତ ହୋଇସାରିଛି।

Leave a Reply

Your email address will not be published. Required fields are marked *