Pratidin TV

Odisha's Digital News Platform

ବୀରପୁତ୍ର ଭଗତ ସିଂଙ୍କ ବିଜୟ ଗାଥା , ଫାଶି ଦଉଡ଼ିକୁ ଚୁମ୍ୱନ ଦେଇ ହସି ହସି ଦେଇଥିଲେ ଜୀବନ ..

1 min read

ସରଫରୋସି କି ତମନ୍ନା ଅବ ହମାରେ ଦିଲ ମେଁ ହୈ
ଦେଖ ନା ହେ ଜୋର କିତନା ବାଜୁ-ଏ-କାତିଲ ମେଁ ହୈ

ବନ୍ଦେ ମାତାରାମ, ବନ୍ଦେ ମାତାରାମ, ବନ୍ଦେ ମାତାରାମ… ଏହି ନାରା ଦେଇ ସେ ଇଂରେଜଙ୍କ ଆଗରେ ଛାତି ଉଚ୍ଚା କରି ଛିଡା ହେଉଥିଲେ । ଆଉ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ । ସେହି ବୀର ସ୍ୱାଧିନତା ସଂଗ୍ରାମୀ ହେଉଛନ୍ତି ସହିଦ ଭଗତ ସିଂ ।
ଭାରତର ସ୍ୱାଧିନତା ଇତିହାସରେ ଶହୀଦ ଭଗତ ସିଂହଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ । କମ ବୟସରେ ତାଙ୍କର ବୀରତ୍ୱର ଗାଥା ଆଜି ବି ଶୁଣିଲେ ଦେହରେ ଖେଳିଯାଏ ଶିହରଣ । ତାଙ୍କ ବୀରତ୍ୱ ଗାଥା ଶୁଣିଲେ ଗର୍ବରେ ଫୁଲି ଉଠେ ଛାତି ଓ ପ୍ରେରିତ ହୁଅନ୍ତି ଯୁବପିଢି । ଯେତେବେଳେ ଭାରତର କ୍ରାନ୍ତିକାରୀ ନେତାଙ୍କ ନାମ ଆସେ ସେଥିରେ ପ୍ରଥମେ ଭଗତ ସିଂ ନାମ ରହିଥାଏ । ଗାନ୍ଧିଜୀ ଅହିଂସା ଉପାୟରେ ଦେଶ ସ୍ୱାଧିନତା କରିବାକୁ ଚାହୁଁଥିବା ବେଳେ ଭଗତ ସିଂ ଏହାର ବିପରୀତ ଥିଲେ । ପିଲାବେଳୁ ଚାରିଆଡ଼େ ସ୍ୱାଧିନତାର ସ୍ୱର ଶୁଣି ଶୁଣି ସେ ଅଭ୍ୟସ୍ତ ହୋଇ ପଡ଼ିଥିଲେ । ସେଥିପାଇଁ ସେ ଦେଶକୁ ସ୍ୱାଧିନତା ଦେବାପାଇଁ ଲାଗି ପଡ଼ିଥିଲେ । ଚନ୍ଦ୍ର ଶେଖର ଆଜାଦଙ୍କ କ୍ରାନ୍ତିକାରୀ ଦଳରେ ସାମିଲ ହୋଇ ସେ ଦେଶର ସ୍ୱାଧିନତା ପାଇଁ ଲଢ଼ିଥିଲେ । ଖୁବ କମ ବୟସରେ ଏଭଳି ସାହାସ ଦେଖି ଇଂରେଜମାନଙ୍କ ମନରେ ଛନକା ପଶିଯାଇଥିଲା । ପ୍ରଥମେ ସ୍ୟାଣ୍ଡର୍ସଙ୍କୁ ହତ୍ୟା ଓ ପରେ ଦିଲ୍ଲୀ କେନ୍ଦ୍ରିୟ ସଂସଦରେ ବୋମା ବିସ୍ଫୋରଣ କରି ଇଂରେଜଙ୍କୁ କଡ଼ା ଜବାବ ଦେଇଥିଲେ । ଏହି ଘଟଣା ପାଇଁ ତାଙ୍କୁ ଇଂରେଜ ସରକାର ଗିରଫ କରିଥିଲେ । ତାଙ୍କ ସହ ତାଙ୍କର ଦୁଇ ସାଥି ଜୟିରାଜଗୁରୁ ଓ ଶୁକଦେବଙ୍କୁ ଫାଶୀ ଦିଆଯାଇଥିଲା । ଭଗତ ସିଂ ସେପ୍ଟେମ୍ବର ୧୯୦୭, ସେପ୍ଟେମ୍ବର ୨୮ରେ ପଞ୍ଜାବର ଲୟାଲପୁର ଜିଲ୍ଲାର ବାଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଯାହାକି ବର୍ତ୍ତମାନ ପାକିସ୍ତାନ ଅଧିନରେ ରହିଛି । ତାଙ୍କ ପିତା ହେଉଛନ୍ତି ସର୍ଦ୍ଦାର କିଶନ ସିଂ ଓ ମାତା ବିଦ୍ୟାବତୀ କୌର । ଏପ୍ରିଲ ୧୩ରେ ଜାଲିଆନାୱାଲା ବାଘ ହତ୍ୟାକାଣ୍ଡରୁ ତାଙ୍କ ତାଙ୍କ ମନରେ ପ୍ରତିଶୋଧର ଏକ ଘର ବସା ବାନ୍ଧିଥିଲା । ଜେନେରାଲ ଡାୟର ଜାଲିଆନାୱାଲା ବାଗରେ ସାଧାରଣ ଜନତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ । ଏଥିରେ ପ୍ରାୟ ୩୭୯ରୁ ୧୬୦୦ ଲୋକ ସହିଦ ହୋଇଥିଲେ । ଏହାକୁ ଦେଖିବା ପାଇଁ ଭଗତ ସିଂ ୪୦ କିଲୋମିଟର ଚାଲିକି ପଳାଇଥିଲେ ।

Advertisement

ସେହି ମାଟିରେ ସହିଦ ହୋଇଥିବା ଲୋକଙ୍କ ରକ୍ତ ମିଶା ମାଟି ଆଣି ପାଖରେ ରଖିଥିଲେ । ସେବେଠୁ ଦେଶ ସ୍ୱାଧିନତାର ପାଗଳମୀ ଓ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ତାଙ୍କ ମନରେ ଘର କରିନେଇଥିଲେ । ସେହି ଦିନରୁ ଭଗତ ସିଂ ଆରମ୍ଭ କରିଥିଲେ ଇଂରେଜ ମାନଙ୍କଠୁ ପ୍ରତିଶୋଧ ନେବାର ବାଟ । ୧୯୨୦ ମସିହାରେ ଗାନ୍ଧିଜୀ ଆରମ୍ଭ କରିଥିବା ଅସହଯୋଗ ଆନ୍ଦୋଳନ ସେତେବେଳେ ବହୁତ ପ୍ରଭାବଶାଳୀ ଥିଲା । ଭଗତ ସିଂ ୧୪ ବର୍ଷ ବୟସରେ ସେତେବେଳେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଅସହଯୋଗ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ଚୌରିଚୌରାଠାରେ ପୋଲିସ ଥାନା ପୋଡ଼ି ଦେଇଥିଲେ । ଏଥିରେ ଗାନ୍ଧିଜୀ ରାଗିଯାଇ ଅସହଯୋଗ ଆନ୍ଦୋଳନ ବନ୍ଦ କରିଦେଇଥିଲେ । ଏହା ବନ୍ଦ ହେବା ଫଳରେ ଦୁଇଟି ଗୋଷ୍ଠୀ ହୋଇଯାଇଥିଲା ଗୋଟେ ନରମ ଓ ଅନ୍ୟଟି ଗରମ ଗୋଷ୍ଠୀ । ଗରମ ଗୋଷ୍ଠୀର ଲୋକମାନେ ହିଂସା ଉପାୟରେ ସ୍ୱାଧିନତା ଆଣିବାକୁ ଚାହୁଁଥିଲେ ଯୋଉଥିଲେ ଭଗତ ସିଂ ଯୋଗ ଦେଇଥିଲେ । ଦେଶକୁ ସ୍ୱାଧିନତା ଦେଖୁବାକୁ ସ୍ୱପ୍ନ ଦେଖୁଥିବା ଭଗତ ସିଂଙ୍କ ବିବାହ ପାଇଁ ତାଙ୍କ ମା କହିବାରୁ ଭଗତ ସିଂ କହିଥିଲେ, ”ଏବେ ସ୍ୱାଧିନତା ହିଁ ମୋର ସ୍ତ୍ରୀ ହେବ ।” ଏହା କହି ସେ ଘର ଛାଡ଼ି ଚାଲିଯାଇଥିଲେ ।

ପରେ ସେ ଚନ୍ଦ୍ର ଶେଖର ଆଜାଦଙ୍କ ଦଳରେ ସାମିଲ ହୋଇଥିଲେ । ପ୍ରଥମେ ସେ ଟଙ୍କା ପାଇଁ ଇଂରେଜଙ୍କ ଖଜାନା ଲୁଟ କରିଥିଲେ ଓ ଧରା ପଡ଼ିଥିଲେ । ଏଥିରେ ତାଙ୍କର ଦୁଇ ସାଥୀ ଅସୱାକ ଉଲା ଖାନ ଓ ରାମ ପ୍ରସାଦ ବିସମିଲଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଥିଲା । ସେହି ସମୟରେ କୋର୍ଟ ଭିତରେ ନାରା ଦେଇଥିଲେ “ସରଫରୋଶୀ କି ତମନ୍ନା ଅବ ହମାରେ ଦିଲ ମେ ହୈ, ଦେଖନା ହେ ଅବ ଜୋର କିତନା ବାଜୁଏ କାତିଲ ହୈ ।“ପୁଣି ଲାଲା ଲାଜପତ ରାୟଙ୍କ ସହ ମିଶି ୧୯୨୮ରେ ସାଇମନ କମିଶନଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଲାଲା ଲଜପତ ରାୟ ଓ ଭଗତ ସିଂଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭିନ୍ନ ଥିଲା ଲଜପତ ରାୟ ଲରମ ଦଳର ଥିଲେ ଓ ଭଗତ ସିଂ ଗରମ ଦଳର । ଆନ୍ଦୋଳନ ସମୟରେ ପୋଲିସ ଲାଠିରେ ଲାଲା ଲଜପତ ରାୟ ପ୍ରାଣ ହରାଇଥିଲେ । ଇଂରେଜଙ୍କଠୁ ଗୁରୁଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଆଗେଇ ଆସିଥିଲେ ଜୟି ରାଜଗୁରୁ, ଶୁକଦେବ ଓ ଭଗତସିଂ । ଲାଲା ଲଜପତ ରାୟଙ୍କୁ ମାରିଥିବା ପୋଲିସ ଅଫିସର ସ୍କଟଙ୍କ ବଦଳରେ ଅନ୍ୟ ଜଣେ ପୋଲିସ ଅଫିସର ସ୍ୟାଣ୍ଡର୍ସଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ପରେ ଲାହୋର ଛାଡ଼ି ଦିଲ୍ଲୀ ପଳାଇ ଆସିଥିଲେ । ସେଠାରେ ମଧ୍ୟ ଆଜାଦି ପାଇଁ ଲାଗି ପଡ଼ିଥିଲେ ଦିଲ୍ଲୀ କେନ୍ଦିୟ ସଂସଂଦରେ ବୈଠକ ବେଳେ ବୋମା ବିସ୍ଫରଣ କରିଥିଲେ । ଚାହିଁଥିଲେ ଫେରାର ହୋଇ ପାରିଥାନ୍ତେ ହେଲେ ସେ ଗଲେ ନାହିଁ । ସେଠାରେ ଗିରଫ ହେଲେ ଆଉ ନାରା ଦେଲେ ‘ଇନ କିଲାବ ଜିନ୍ଦାବାଦ’ ।

ପରେ ଜୟୀରାଜଗୁରୁ, ଶୁକଦେବ ଓ ଭଗତ ସିଂ ଗିରଫ ହୋଇଥିଲେ । ଜେଲରେ ମଧ୍ୟ ସେ ଇଂରେଜମାନଙ୍କ ନିଦ ହଜାଇ ଦେଇଥିଲେ । ଏହାକୁ ଦେଖି ତାଙ୍କ ଅନ୍ୟ କଏଦୀଙ୍କଠାରୁ ଅଲଗା କରି ଦିଆଯାଇଥିଲା । ଏହାପରେ ସେଠାରେ ଆମରଣ ଅନଶନ କରିଥିଲେ । ୬୪ ଦିନର ଅନଶନରେ ଜଣେ ସହିଦ ମଧ୍ୟ ହୋଇଥିଲେ । ୨୩ ତାରିଖରେ ହଠାତ ଇଂରେଜ ସରକାର ତାଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ଏହା ଶୁଣି ସେମାନେ ସ୍ମିତ ହାସ୍ୟ ଦେଇଥିଲେ । ସେମାନେ ଇଂରେଜ ସରକାରଙ୍କୁ କହିଥିଲେ ଯେ ଫାଶୀ ଦେଲା ବେଳେ ତାଙ୍କ ହାତ ଓ ମୁଁହ ଖୋଲା ରଖିବାକୁ । ଏହାକୁ ମାନି ଇଂରେଜ ସରକାର ତାଙ୍କ ହାତ ଖୋଲା ରଖିଥିଲା ୨୪ ମାର୍ଚ୍ଚ ୧୯୩୧ ତାରିଖ ସକାଳେ ତାଙ୍କୁ ଫାଶୀ ଦିଆଯାଇଥିଲା । ଫାଶି ସମୟରେ ସେ ଫାଶି ଦଉଡ଼ିକୁ ଚୁମ୍ୱନ ଦେଇ ଇନ କିଲାବ ଜିନ୍ଦାବାଦ ନାରା ଦେଇ ହସିହସି ଦେଶ ପାଇଁ ଜୀବନ ଦାନ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *