Pratidin TV

Odisha's Digital News Platform

ପ୍ଲିଜ୍ ଆର୍ଯ୍ୟନକୁ ଶ୍ରୀଘ୍ର ଜେଲରୁ ବାହାର କରିଦିଅ ; ମୁଁ ଭିକ ମାଗୁଛି- ହ୍ୱାଟସ୍ଆପ୍ ଚାଟ ଦେଖାଇଲେ ସମୀର ୱାଖଣ୍ଡେ ….

1 min read

ମୁମ୍ବାଇ : ବଲିଉଡ୍‌ର ବାଦ୍‌ଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ ମାମଲାରେ ଜେଲକୁ ପଠାଇବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜନଲ ଡାୟରେକ୍ଟର ସମୀର ୱାଖଣ୍ଡେଙ୍କୁ ନେଇ ବର୍ତ୍ତମାନ ବିବାଦ ଜୋର ଧରିଛି । ସମୃକ୍ତ ମାମଲାରେ ସେ ଶାହାରୁଖ ଖାନଙ୍କ ଠାରୁ ୨୫ କୋଟି ଲାଞ୍ଚ ଖାଇଥିବା ଖବର ବର୍ତ୍ତମାନ ଦେଶରେ ହଇଚଇ ସୃଷ୍ଟି କରିଛିା ଏସବୁ ଭିତରେ ସମୀର ୱାଖଣ୍ଡେ ଶାହରୁଖଙ୍କ ସହ କରିଥିବା ଚାଟ୍ କୁ ସର୍ବସାଧାରଣ କରିଛନ୍ତି । ନିଜକୁ ନିର୍ଦ୍ଦୋଶ ପ୍ରାମଣ କରିବା ପାଇଁ ୱାଖଣ୍ଡେ ଏସବୁ କରିଥିବା ଜଣାପଡିଛି । ବର୍ତ୍ତମାନ ଏହି ମାମଲାରେ ସମୀର ୱାନଖେଡେଙ୍କ ବିରୋଧରେ ଏଫଆଇଆଇ ପଞ୍ଜିକରଣ କରାଯାଇ, ସିବିଆଇ ତଦନ୍ତ କରୁଛି ।

ଶାହରୁଖ – ସମୀର ଙ୍କ ଚାଟ୍ ….
ତେବେ ପ୍ରଥମେ ଶାହରୁଖ ଲେଖିଛନ୍ତି ଯେ ପ୍ଲିଜ୍ ଜେଲରେ ମୋ ପୁଅର ଧ୍ୟାନ ରଖିବ । ସେ ଛୋଟ ପିଲା ତା ସହ ନରମ ବ୍ୟବାହାର କରିବ ପ୍ଲିଜ୍ । ତାପରେ ଶାହରୁଖ ଲେଖିଛନ୍ତି କି ମୁଁ ପୁରା ଚେଷ୍ଟା କରିବି ଆର୍ଯ୍ୟନ ଭଲ ମଣିହ ହେବ ।ଏଇଟା ତା ଜୀବନର ଟର୍ଣ୍ଣିଙ୍ଗ୍ ପଏଣ୍ଟ । ଆମେ ଯଦି ଏଇ ପିଢୀକୁ ନସୁଧାରିବା ଭହିଷ୍ୟତ ପିଢୀ କିଭଳି ଆଗକୁ ବଢିବ ।ଆପଣଙ୍କୁ ଧନ୍ୟବାଦ୍ ମୁଁ ଆପଣଙ୍କୁ ଆମ୍ନାସାମ୍ନି ଦେଖାକରି ଧନ୍ୟବାଦ୍ କହିବାକୁ ଚାହୁଁଛି । ଆପଣ କେବେ ଦେଖା କରିବେ କୁହନ୍ତୁ ?

ପ୍ଲିଜ୍ ମୋ ପୁଅକୁ ଶୀଘ୍ର ଘରକୁ ପଠାଇଦିଅନ୍ତୁ । ସେ ମାହୋଲରେ ସେ ସମ୍ପୂର୍ଣ୍ଣ ଭାଙ୍ଗିଯିବ । ଆପଣବି ଜାଣିଛନ୍ତି ତାର ଏତେ ଭୁଲ ନାହିଁ । ମୁ ବାପା ହିସାବରେ ଆଉ ଜଣେ ବାପାକୁ ଭିକ ମାଗୁଛି । ମୋ ଛୁଆକୁ ଛାଡିଦିଅ । ଭଗବାନ ତୁମର ମଙ୍ଗଳ କରିବ ।
ମୁଁ ଯେମିତି ହେଇପାରିବ ମୋ ଶକ୍ତି ଓ ସକ୍ଷମ ଦ୍ୱାରା ଆପଣଙ୍କୁ ହେଲପ୍ କରିବି । ପ୍ଲିଜ୍ ମୋ ଛୁଆକୁ ଛାଡିଦିଅନ୍ତୁ । ଆପଣ ବି ଜାଣିଛନ୍ତି ସେ ନିର୍ଦ୍ଦୋଶ ।

ସମୀର ୱାନଖେଡେ ଏହି ଚାଟକୁ ନେଇ ଦାବି କରିଛନ୍ତି ଯେ, ଆର‌୍ୟ୍ୟନ ଖାନଙ୍କ ଗିରଫ ସମୟରେ ସେ ଶାହରୁଖ ଖାନଙ୍କୁ ସାହାଯ୍ୟ କରିଥିଲେ । ଆର୍ଯ୍ୟନ ଖାନଙ୍କ ସହ ସେ କୋମଳ ବାର୍ତ୍ତାଳାପ କରୁଥିଲେ । ଶାହରୁଖ ଖାନ ସମୀର ୱାନଖେଡେଙ୍କୁ ବହୁତ ମେସେଜ ମଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *