ଆମୀରଙ୍କ ପରେ ଶାହରୁଖ୍ : ମଧ୍ୟରାତ୍ରୀରେ ବୈଷ୍ଣୋ ଦେବୀ ମନ୍ଦିରରେ ପହଞ୍ଚିଲେ କିଙ୍ଗ୍ ଖାନ୍(ଭିଡିଓ)
1 min readନୂଆଦିଲ୍ଲୀ : ନିକଟରେ ବଲିଉଡ୍ର ମିଷ୍ଟର ପରଫେକ୍ଟଙ୍କୁ ଏକ କଳସ ରଖି ବଲିଉଡ୍ ପାଇଁ ପୂଜା କରୁଥିବାର ନଜର ଆସିଥିଲେ ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଥିଲା । କିନ୍ତୁ ବର୍ତ୍ତମାନ ବଲିଉଡ୍ର କିଙ୍ଗ୍ଖାନ ଶାହରୁଖ୍ଙ୍କୁ ମାଁ ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ମଧ୍ୟରାତ୍ରୀରେ ଦେଖିବାକୁ ମିଳିଛି । ଆଗକୁ ଶାହରୁଖ୍ ଏବଂ ଦୀପିକାଙ୍କ ପଠାନ୍ ମୁଭି ରିଲିଜ୍ ହେବାକୁ ଯାଉଛି । ଏନେଇ ଶାହରୁଖ୍ ମାଁ ଙ୍କ ସରଣକୁ ଆସିଥିବାର ଚର୍ଚ୍ଚା ଜୋର ଧରିଛି । ବଲିଉଡ୍ରେ ଲଗାତର ଚାଲିଥିବା ବଏକଟ୍ ଟ୍ରେଣ୍ଡ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି । ଏନେଇ ଶାହରୁଖଙ୍କ ସହ ଅନେକ ତାରକା ସେଇ ସର୍ବଶକ୍ତିମାନ ଭଗବାନ , ଆଲ୍ହା ଏବଂ ଜିଶୁଙ୍କ ଦ୍ୱାରସ୍ଥ ହୋଇଥିବା ଜଣା ପଡିଛି ।
ତେବେ ଶାହରୁଖଙ୍କ ମଧ୍ୟରାତ୍ରୀରେ ବୈଷ୍ଣ ଦେବୀ ମନ୍ଦିରରେ ପହଞ୍ଚିବା ଭିଡିଓଟି , ମନ୍ଦିରର ସିସିଟିଭି କ୍ୟାମେରାରୁ ହିଁ ଜଣା ପଡିଛି । ଶାହରୁଖ ଏକ କଳା ରଙ୍ଗର ହୁଡି ପିନ୍ଧିଥିବା ବେଳେ । ମାସ୍କ ଦ୍ୱାରା ମୁହଁ ଏବଂ ପୂରା ମୁଣ୍ଡ ଗୁଡାଇ ରଖିଥିଲେ । ଏହା ସହ କଳା ଚଷମା ମଧ୍ୟ ପିନ୍ଧିଥିଲେ । ଯେପରି କେହି ତାଙ୍କୁ ଚିହ୍ନି ପାରିବେନି । ଭିଡିଓରେ ତାଙ୍କ ଚେହେରା ସ୍ପଷ୍ଟ ଜଣାପଡୁନଥିବା ବେଳେ ତାଙ୍କ ପର୍ସନଲ ବର୍ଡିଗାର୍ଡଙ୍କ ମୁହଁରୁ ଫ୍ୟାନ୍ସ ମାନେ ତାଙ୍କୁ ଚିହ୍ନିନେଲେ ।
ନିକଟରେ ତାଙ୍କ ପଠାନ୍ ଚଳଚିତ୍ରକୁ ନେଇ ସୋସିଆଲ ମିଡିଆରେ ଏକ ବୟକଟ ଟ୍ରେଣ୍ଡ ଚାଲିଥିଲା । କହିବାକୁ ଗଲେ କିଙ୍ଗ ଖାନ ଏହି ପ୍ରତିବାଦକୁ ଶାନ୍ତ କରିବା ପାଇଁ ମାଁ ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା ପୂର୍ବରୁ ସେ ୨ ଡିସେମ୍ବରରେ ମକ୍କା ପରିଦର୍ଶନ କରିଥିଲେ । ତେବେ ଶାହରୁଖ୍ ତାଙ୍କ ଆଗାମୀ ଚଳଚ୍ଚିତ୍ର ପଠାନ୍ ଏବଂ ଜୱାନ , ଡଙ୍କି ପାଇଁ ଚିନ୍ତାରେ ଅଛନ୍ତି । ନିକଟରେ ସେ ସାଉଦି ଆରବରେ ଡଙ୍କି ଫିଲ୍ମ ସୁଟିଂ ଶେଷ କରିଛନ୍ତି । ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଥିବା ଜଣାପଡିଛି ।