Pratidin TV

Odisha's Digital News Platform

(ଭିଡିଓ) କମାଲ କଲା ଶାହରୁଖଙ୍କ ଜୱାନ ପ୍ରିଭିୟୁ , ଡବଲ ରୋଲରେ ନଜର ଆସିବେ କିଙ୍ଗଖାନ ..

1 min read

ମୁମ୍ବାଇ : ନିର୍ଦ୍ଦେଶକ ଆଟଲେଙ୍କ ଦ୍ୱାରା ନିର୍ଦ୍ଦେଶିତ କିଙ୍ଗଖାନ ଶାହରୁଖଙ୍କ ଆଗାମୀ ଆକ୍ସନ ଥ୍ରୀଲର ଫିଲ୍ମ ଜୱାନକୁ ନେଇ ସାରା ଦେଶ ଉତ୍ସାହିତ । ତେବେ ଏହାର ଟ୍ରେଲର ରିଲିଜ୍ କୁ ନେଇ ପ୍ରଶଂସକମାନେ ଚାହିଁ ବସିଥିବାବେଳେ ସାମ୍ନାକୁ ଆସିଛି ଏହାର ପ୍ରିଭିୟ୍ୟୁ ।

ଏନେଇ ଆଜି ଶାହରୁଖ ନିଜ ପ୍ରଶଂସକଙ୍କ ପାଇଁ ଇଷ୍ଟା ହ୍ୟାଣ୍ଡେଲରେ ଜୱାନର ପ୍ରିଭିୟ୍ୟୁ ସେୟାର କରିଛନ୍ତି । ଆଉ ସେଥିରେ କ୍ୟାପଶନ ଲେଖିଛନ୍ତି ମେ ପୂନ୍ୟ ହୁଁ ୟା ପାପ୍ ହୁଁ ? ମେ ଭି ଆପ ହୁଁ ….

Advertisement

ତେବେ ଏହି ୨ ମିନିଟ୍ ୧୨ ସେକେଣ୍ଡର ପ୍ରିଭିୟ୍ୟୁରେ ଶାହରୁଖଙ୍କ ଦମଦାର ଆକ୍ସନ ପ୍ରଶଂସକଙ୍କ ହୃଦୟରେ ଘର ଜମାଇଛି । ୫୭ ବର୍ଷ ବୟସରେ ପୁଣି ଶାହରୁଖ ‘ମେ ହୁଁ ନା’ ଫିଲ୍ମ ଭଳି ଦେଶ ପାଇଁ ଜୱାନ ସାଜିଛନ୍ତି । କିନ୍ତୁ ଭିଡିଓରେ ଶାହରୁଖଙ୍କ ୨ଟି ରୂପ ଦେଖିବାକୁ ମିଳୁଛି ଏଥିରୁ ଅନୁମାନ କରାଯାଉଛି ଯେ କିଙ୍ଗଖାନ ୨ ଟି ଭୂମିକାରେ ନଜର ଆସିବେ । ତେବେ ଫିଲର ପ୍ରିଭିୟୁରେହି ଦର୍ଶକ ଏହାକୁ ବ୍ଲକବ୍ଲାଷ୍ଟର ଘୋଷଣା କରିଛନ୍ତି ।

ଖବର ଅନୁଯାୟୀ ଜୁଲାଇ ୧୨ ରେ ଜୱାନ ଟ୍ରେଲର ସହ ହଲିଉଡ୍ ଫିଲ୍ମ ମିଶନ ଇମ୍ପସିବୁଲ୍ କଡା ଟକ୍କରଦେବା ଗୋଟେ ଦିନରେ ୨ ଟି ଫିଲ୍ମର ଟ୍ରେଲର ଲଞ୍ଚକୁ ନେଇ ଉତ୍ସାହିତ ଦର୍ଶକ । ତେବେ ଦେଖିବା ବାକି ରହିଲା କାହା ଟ୍ରେଲର ଲୋକଙ୍କ ହୃଦୟରେ ଜାଗା ବନାଇବ । ତେବେ ଶାହରୁଖଙ୍କ ଜୱାନ ଫିଲ୍ମଟି ବଡ ପରଦାରେ ୭ ସେପ୍ଟେମ୍ବର ୨୦୨୩ ରେ ମୁକ୍ତିଲାଭ କରିଛି ।

Leave a Reply

Your email address will not be published. Required fields are marked *