Pratidin TV

Odisha's Digital News Platform

ଦୁବାଇରେ ଶାହାରୁଖ ନିଜେ ଭାରତୀୟଙ୍କୁ ଶୁଣାଇଲେ ଡଙ୍କିର କାହାଣୀ ।

1 min read

ନୂଆଦିଲ୍ଲୀ ; ବିଶ୍ୱରେ ଛାଇଁଛି କିଙ୍ଗ୍ ଖାନଙ୍କ କ୍ରେଜ୍ । ପ୍ରଥମେ ପଠାନ୍ ତାପରେ ଜୱାନ୍ ଆଉ ଏବେ ଡଙ୍କି । ୩ ମାସରେ ବକ୍ସ ଅଫିସରେ ପୁଣି ଧମାକା କରିବ ଶାହରୁଖଙ୍କ ଫିଲ୍ମ । ଆଜି ବିଗ୍ ସ୍କ୍ରିନରେ ରିଲିଜ୍ ହେଉଛି ବହୁ ପ୍ରତିକ୍ଷିତ ଫିଲ୍ମ ଡଙ୍କି । ତେବେ ସବୁଠୁ ଆଶ୍ଚର୍ଯ୍ୟ କର କଥା ହେଉଛି ଶାହରୁଖଙ୍କ ଡଙ୍କି ଫିଲ୍ମ ପାଇଁ ୪ଲକ୍ଷ ଟିକେଟ ଆଡଭାନ୍ସ ବୁକିଂରେ ହୋଇଛି । ୧୨କୋଟି ଟଙ୍କାର ଟିକେଟ ବିକ୍ରି ସରିଥିବା ନେଇ ଖବର ମିଳିଛି ।

କିଙ୍ଗ୍ ଖାନ ହ୍ୟାଟ୍ରିକ୍ କରି ବକ୍ସ ଅଫିସରେ ପତାକା ଲଗାଇବାକୁ ପ୍ରସ୍ତୁତ ଅଛନ୍ତି। ତେବେ ନିକଟରେ ସେ ଦୁବାଇ ଯାଇ ଡଙ୍କିର ପ୍ରମୋସନ କରିଥିଲେ । ଦୁବାଇରେ ଆୟୋଜିତ ହୋଇଥିବା ପ୍ରମୋସନାଲ ପୋଗ୍ରାମରେ କିଙ୍ଗ୍ ଖାନ ଡଙ୍କିର ଗୀତରେ ନାଚିବା ସହ ପ୍ରଶଂସକକୁ ଡଙ୍କିର କାହାଣୀ କହି ଭାବ ବିହ୍ୱଳ କରାଇଦେଇଥିଲେ ।

Advertisement

ଦୁବାଇରେ ପ୍ରଶଂସକଙ୍କ ସହ କଥାବାର୍ତ୍ତା ବେଳେ ଶାହାରୁଖ ଖାନ କହିଛନ୍ତି ଯେ ମୁଁ ଜାଣେ ଯେ ଆପଣଙ୍କ ମଧ୍ୟରୁ ଅନେକ ଆପଣଙ୍କ ଘର ଛାଡି ଦୁବାଇକୁ ଆପଣଙ୍କର ଦ୍ୱିତୀୟ ଘର କରିଛନ୍ତି। ଭାରତ, ବାଂଲାଦେଶ ଏବଂ ଅନ୍ୟାନ୍ୟ ସ୍ଥାନରୁ ଅନେକ ଲୋକ ଏଠାକୁ ଆସିଛନ୍ତି । ସେମାନେ ନିଜ ଘର ଯେଉଁଠାରେ ତିଆରି କରନ୍ତି ନା କାହିଁକି, ସେମାନେ ସର୍ବଦା ସେମାନଙ୍କର ପ୍ରକୃତ ଘରକୁ ମନେ କରନ୍ତି । ଏହି ଚଳଚ୍ଚିତ୍ରଟି ସେହି ବିଷୟରେ । ଶାହାରୁଖ କହିଛନ୍ତି ଯେ ଏହା ଏକ ପାରିବାରିକ ଚଳଚ୍ଚିତ୍ର, ଏହାକୁ ତୁମ ପିତାମାତାଙ୍କ ସହିତ ଦେଖ । ଏଥିରେ ଅନେକ ସୁନ୍ଦର ଜିନିଷ ଅଛି ।

Leave a Reply

Your email address will not be published. Required fields are marked *