Pratidin TV

Odisha's Digital News Platform

ସାହାରୁଖଙ୍କ ପତ୍ନୀ ଗୈାରୀଙ୍କୁ ନୋଟିସ ପଠାଇଲା ଇଡି, ଜାଣନ୍ତୁ କାରଣ…

1 min read

ବିବାଦରେ ଛନ୍ଦି ହେଲେ କିଙ୍ଗଖାନଙ୍କ ପତ୍ନୀ ଗୈାରୀ । ଗୈାରୀଖାନଙ୍କୁ ନୋଟିସ ପଠାଇଲା ଇଡି । ଗୈାରୀ ଖାନ୍ ଲକ୍ଷେ୍ନୌାରେ ଏକ ରିଏଲ୍ ଇଷ୍ଟେଟ୍ କମ୍ପାନୀ ତୁଲସିଆନି ଗ୍ରୁପ୍ ର ବ୍ରାଣ୍ଡ ଆମ୍ବାସାଡର । ଏହି କମ୍ପାନୀ ତାଙ୍କୁ ୨୦୧୫ ମସିହାରେ ଏହାର ବ୍ରାଣ୍ଡ ଆମ୍ବାସାଡର କରିଥିଲେ । ବର୍ତ୍ତମାନ କମ୍ପାନୀ ଦ୍ୱାରା ଦିଆଯାଇଥିବା ଦେୟ ବିଷୟରେ ସୂଚନା ଖୋଜାଯାଇଛି । ନିବେଶକ ଏବଂ ବ୍ୟାଙ୍କରୁ ପ୍ରାୟ ୩୦ କୋଟି ଟଙ୍କା ଆୟ କରିଥିବା କମ୍ପାନୀ ଅଭିଯୋଗ କରିଛି । ଏହି କମ୍ପାନୀର ସ୍କାନରରେ ଗୈାରୀ ଖାନ ମଧ୍ୟ ଆସୁଛନ୍ତି । ସେ ଜଣେ ବ୍ରାଣ୍ଡ ଆମ୍ବାସାଡର ହୋଇଥିବାରୁ ତାଙ୍କ ବିବୃତ୍ତି ନିଆଯିବ । ସେଥିପାଇଁ ଲକ୍ଷେ୍ନୌା ଏହି ନୋଟିସ ଜାରୀ କରିଛି । କୁହାଯାଇଛି ଯେ ଚଳିତ ବର୍ଷ ଏହି ଘଟଣା ସାମ୍ନାକୁ ଆସିଥିଲା । ଯେତେବେଳେ ଗୈାରୀ ଖାନଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଥିଲା । ଅଭିଯୋଗକାରୀ କେବଳ ଏହି କମ୍ପାନୀ ବିରୋଧରେ ଏଫଆଇଆର ଦାଖଲ କରିନାହାଁନ୍ତି, ସିଏମଡି ଏବଂ ନିର୍ଦ୍ଦେଶକଙ୍କ ସହ ଗୈାରୀ ଖାନଙ୍କ ବିରୋଧରେ ମଧ୍ୟ ଠକେଇ ମାମଲା ପଞ୍ଜିକୃତ ହୋଇଛି । ଗୈାରୀ ଖାନଙ୍କୁ ତାଙ୍କ ଓକିଲଙ୍କ ଜରିଆରେ ନୋଟିସକୁ ଜବାବ ଦେବାକୁ ପଡିବ । ଯଦି ଇଡି ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହଁନ୍ତି । ତେବେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ଯିବାକୁ ପଡିପାରେ । ତେବେ ଫେବୃଆରୀ ମାସରେ ମୁମ୍ବାଇର ବାସିନ୍ଦା କିରିଟ ଜସୱନ୍ତ ଶାହା ଏହି ମାମଲାରେ ଲକ୍ଷେ୍ନୌାର ଗଲ୍ଫ ସିଟି ପୋଲିସ ଷ୍ଟେସନରେ ତୁଲସିଆନି ଗ୍ରୁପ୍ ନିର୍ଦ୍ଦେଶକ ଅନିଲ କୁମାର ତୁଲସିଆନି, ମହେଶ ତୁଲସିଆନି ଏବଂ ଗୈାରୀ ଖାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଅଭିଯୋଗରେ ସେ କହିଥିଲେ ଯେ ଏହି ପ୍ରକଳ୍ପ ତାଙ୍କ ଦ୍ୱାରା ପୋତ୍ସାହିତ ହୋଇଛି ବୋଲି । ଆଉ ସେ ଗୈାରୀଖାନଙ୍କୁ ବିଶ୍ୱାସ କରି ଏହି ସମ୍ପତ୍ତି ନେଇଥିଲେ । କିନ୍ତୁ ସେ ନିଜର କଷ୍ଟ ଉପାର୍ଜିତ ଟଙ୍କା ଠାରୁ ଫ୍ଲାଟ ମିଳିପାରି ନାହିଁ ।

Advertisement

Leave a Reply

Your email address will not be published. Required fields are marked *