Pratidin TV

Odisha's Digital News Platform

ପୁଣି ବିବାଦରେ କ୍ରିକେଟର-କମ୍‌-ରାଜନେତା ସାକିବ ଅଲ ହାସନ, ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍ ..

1 min read

ପୁଣିଥରେ ବିବାଦରେ ଫସିଲେ ବାଂଲାଦେଶୀ କ୍ରିକେଟର ସାକିବ ଉଲ ହସନ । ଲାଗୁଛି ଯେମିତି ବିବାଦ ଆଉ ସାକିବଙ୍କ ମଧ୍ୟରେ ରହିଛି ଏକ ନିଆରା ସମ୍ପର୍କ । କ୍ରିକେଟ ମଇଦାନରେ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଉଲ ହସନଙ୍କୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଇଥାଏ । ତେବେ ରାଜନୀତିରେ ବି ତାଙ୍କୁ ନେଇ ବିବାଦ ଦେଖିବାକୁ ମିଲିଛି । ବାଲାଂଦେଶ ରେ ଶେଷ ହୋଇଛି ନିର୍ବାଚନ । ବାଂଲାଦେଶର ଷ୍ଟାର କ୍ରିକେଟର ମଗୁରା-୧ ନିର୍ବାଚନ ମଣ୍ଡଳୀରୁ ଅବାମି ଲିଗ ପାର୍ଟି ପାଇଁ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ।

ତେବେ ବର୍ତ୍ତମାନ କ୍ରିକେଟର ନିଜ ଫ୍ୟାନଙ୍କୁ ଚାପୁଡା ମାରୁଥିବାର ଘଟଣା ସାମ୍ନାକୁ ଆସିଛି । ସେହି ଘଟଣାର ଭିଡିଓ ମଧ୍ୟ ଏବେ ସୋଶିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସୂଚନାନୁଯାୟୀ ସାକିବ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିବା ପାଇଁ ଅବାମି ଲିଗ ପାର୍ଟି ପକ୍ଷରୁ ଫରିଦପୁରରେ ଆୟୋଜିତ ହୋଇଥିବା ରାଲିରେ ସାମିଲ ହେବାକୁ ଯାଉଥିଲେ । ଏହି ସମୟରେ ଜଣେ ଫ୍ୟାନ ସାକିବଙ୍କ ସହିତ ଫଟୋ ଉଠାଇବା ପାଇଁ ତାଙ୍କୁ ପଛରୁ ଧରି ନେଇଥିଲେ । ଏହି ଘଟଣାରେ କ୍ରିକେଟର ରାଗି ଯାଇ ଉକ୍ତ ଫ୍ୟାନଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । କ୍ରିକେଟରଙ୍କ ଏଭଳି ସ୍ୱଭାବ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରକାଶ ଥାଉ କି, ସାକିବ ପ୍ରଥମ କରି ରାଜନୀତି ମୈଦାନରେ ପଦାର୍ପଣ କରିଛନ୍ତି । ବାଂଲାଦେଶର ମଗୁଆ ଆସନରୁ ସାଂସଦ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହି ଆସନରୁ ଦେଢ ଲକ୍ଷ ଭୋଟରେ ବିଜୟୀ ହୋଇଛନ୍ତି ସାକିବ । ପଞ୍ଚମ ଥର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ହୋଇଥିବା ଶେଖ ହାସିନାଙ୍କ ଦଳରୁ ଲଢିଥିଲେ ସାକିବ ।

Leave a Reply

Your email address will not be published. Required fields are marked *