Pratidin TV

Odisha's Digital News Platform

ପୁଣି ବଡ଼ ଟ୍ରେନ ଦୁର୍ଘଟଣା, ସାଲିମାର-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ,ଜାରି ହେଲା ହେଲ୍ପ ଲାଇନ୍ ନମ୍ବର…

1 min read

ପୁଣି ସକାଳୁ ସକାଳୁ ଘଟିଲା ବଡ଼ ଟ୍ରେନ ଦୁର୍ଘଟଣା । ଲାଇନଚ୍ୟୁତ ହୋଇଛି ସାଲିମାର-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍। ହାଓ୍ୱାଡା ନାଲପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ଟ୍ରେନ ନମ୍ବର ହେଉଛି ୨୨୮୫୦ । ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।

ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣା ରେ କାହାର ମୃତ୍ୟୁ ହୋଇଛି କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଦକ୍ଷିଣ-ପୂର୍ବ ରେଲଓ୍ୱେର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

Advertisement

ସେପଟେ ଖବର ପାଇ ରେଲଓ୍ୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ଥ ସ୍ଥିତି ପରଖିଛନ୍ତି । ସାଲିମାର-ସିକନ୍ଦରାବାଦ ଲାଇନଚ୍ୟୁତ କାରଣରୁ ଏହି ନାଲପୁର ଷ୍ଟେସନ ରୁଟ୍‌ରେ ଅନ୍ୟ ସମସ୍ତ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏ ନେଇ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଖଡଗପୁର ଷ୍ଟେସନ ପକ୍ଷରୁ ହେଲପଲାଇନ୍ ନଂ ୦୩୨୨୨୯-୩୭୬୪ ରହିଛି।

Leave a Reply

Your email address will not be published. Required fields are marked *