Pratidin TV

Odisha's Digital News Platform

ବାପା ମାଆ ଙ୍କ ସେବା କରିବାକୁ ଶାଳିନୀ ହୋଇଗଲେ ସାନୁ ..

1 min read

ଭଗବାନ ତାଙ୍କୁ ଝିଅ କରି ଜନ୍ମ ଦେଇଥିଲେ । ହେଲେ ପରିବାର ର ଦାୟିତ୍ୱ ଏବଂ ବାପା ମାଆ ଙ୍କ ସେବା ପାଇଁ ଆଜି ଝିଅ ପୁଅ ହୋଇଗଲା । ବାପା ମାଆ ଙ୍କ ପାଇଁ ଆଜି ସେ ଶାଳିନୀ ରୁ ସାନୁ ହୋଇଯାଇଛନ୍ତି । ଏ ହେଉଛନ୍ତି ଇଟୱା ଜିଲ୍ଲାର ସୁଲତାନପୁର ଗ୍ରାମରେ ଶାଳିନୀ । ଯାହାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବୃଦ୍ଧ ବାପା ମାଆଙ୍କ ସେବା ପାଇଁ ଶାଳିନୀ ଝିଅରୁ ପୁଅ ହେବା ପାଇଁ ନିଷ୍ପତି ନେଇଛନ୍ତି । ୨୦୧୦ରେ ତାଙ୍କ ବଡ ଭାଇ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।

ଏହା ତାଙ୍କ ବାପାମାଆଙ୍କୁ ବେଶ ଆଘାତ ଦେଇଥିଲା । ସେମାନେ ସର୍ବଦା ମନଦୁଃଖରେ ରହୁଥିଲେ । ଏହା ଦେଖି ଶାଳିନୀ ପୁଅ ହେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କ ବିବାହ ପାଇଁ ବାପା ରଖିଥିବା ଅର୍ଥକୁ ସେ ଅପରେଶନରେ ବ୍ୟବହାର କରିଥିଲେ । ଏବେ ଏହି ପ୍ରକ୍ରିୟାର ୩ ବର୍ଷ ପୂରଣ ହୋଇଯାଇଛି । ଆଗକୁ ଆଉ ଗୋଟିଏ କିମ୍ବା ଦୁଇଟି ଅପରେଶନ ପରେ ସେ ଶାଳିନୀରୁ ଶାନୁ ହୋଇଯିବେ । ପିଲାବେଳୁ ଶାଳିନୀ ପୁଅଙ୍କ ପରି ରହିବାକୁ ଭଲ ପାଉଥିଲେ । ସେ ପୁଅପିଲାଙ୍କ ପରି ମୁଣ୍ଡ କୁଣ୍ଡେଇବା ସହ ସେମାନଙ୍କ ଖେଳ ମଧ୍ୟ ଖେଳୁଥିଲେ । ଜେଣ୍ଡର ଡିସ୍ଫୋରିୟା ନାମକ ଏକ ବ୍ୟତୀକ୍ରମ ଯୋଗୁ ଏହା ହୋଇଥାଏ । ଆଗକୁ ମୁଁ ମୋ ବାପାମାଆଙ୍କୁ ସବୁ ସୁଖ ଦେବା ପାଇଁ ଉଦ୍ୟମ କରିବି ବୋଲି ଶାନୁ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *