Pratidin TV

Odisha's Digital News Platform

ଅଭିନୟ ଛାଡ଼ି ସଙ୍ଗୀତ ଜଗତରେ ପାଦ ଥାପିଲେ ଅକ୍ଷୟ !

ଏବେ ବଲିଉଡରେ ଚର୍ଚ୍ଚା ଚାଲିଛି । କାରଣ ଏବେ ଖିଲାଡି ଷ୍ଟାର ନାୟକରୁ ଗାୟକ ବନି ଯାଇଛନ୍ତି । ଏବେ ଅଭିନେତାରୁ ସିଧା ସିଙ୍ଗର ପାଲଟି ଯାଇଛନ୍ତି ଅକ୍ଷୟ । ଅକ୍ଷୟ ଏକ ଆଧ୍ୟାତ୍ମିକ ଗୀତ ‘ଶମ୍ଭୁ’ରେ କଣ୍ଠଦାନ କରିଛନ୍ତି । ଯାହା ଫେବୃଆରୀ ୫ ତାରିଖରେ ରିିଲିଜ୍ ହୋଇଛି । ଅଭିନେତା ମାଧ୍ୟମରେ ଯେପିର ଲୋକଙ୍କ ହୃଦୟ ଜିତିଥିଲେ ଠିକ୍ ସେମିିତି ସିଙ୍ଗର ଭାବରେ ବି ଲୋକଙ୍କ ମନ ଜିଣିଛନ୍ତି । ଅକ୍ଷୟଙ୍କ ଏହି ଗୀତକୁ ଦର୍ଶକଙ୍କ ଖୁବ ଭଲ ପାଇବା ମିଳୁଛି । ଗୀତଟିରେ ଅଭିନେତାଙ୍କୁ ଜଣେ ଆଧ୍ୟାତ୍ମିକ ଭାବନାର ବ୍ୟକ୍ତି ଭାବେ ଚିତ୍ରଣ କରାଯାଇଛି ।

ଏହି ଗୀତଟି ବିଷୟରେ କହିବାକୁ ଗଲେ ଅକ୍ଷୟ କୁମାର ଏହି ଗୀତଟିରେ କଣ୍ଠଦାନ କରିଥିବାବେଳେ ଅଭିନେତା ସୁଧୀର ଯାଦୁଭାନ୍ସି ଏବଂ ବିକ୍ରମ ମଣ୍ଟୋଜ୍‌ଙ୍କ ଭୂମିକା ଗୀତକୁ ଅଧିକ ଚର୍ଚ୍ଚାର ପରିସରକୁ ଆଣିଛି । ତା ସହିତ ଏହି ଗୀତରେ ଅକ୍ଷୟ କଣ୍ଠଦାନ କରିବା ସହିତ ଅଭିନୟ ମଧ୍ୟ କରିଛନ୍ତି । ଅକ୍ଷୟ ଏହି ଗୀତ ମାଧ୍ୟମରେ ନିଜ ପ୍ରଶଂସକଙ୍କୁ କିଛି ଭିନ୍ନ ଆନନ୍ଦ ଦେବାକୁ ଚେଷ୍ଟା କରିଛନ୍ତି । ‘ଗୀତଟିର ଭିଡିଓ ଟାଇମ୍ସ ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ରିଲିଜ ହୋଇଛି । ଶିବ ଭକ୍ତଙ୍କୁ ଏହି ଗୀତଟି ଅଧିକ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ଅକ୍ଷୟ ଏହି ଗୀତରେ ପାରମ୍ପାରିକ ପୋଷାକ ପିନ୍ଧିଥିବା ସହିତ ମଥାରେ ତିଳକ ବେକରେ ରୁଦ୍ରାକ୍ଷମାଳା ଏବଂ ଦେହରେ ସାଙ୍କେତିକ ଟାଟୁ ଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *