Pratidin TV

Odisha's Digital News Platform

କଟକରେ ପୁଣି ଲଜ୍ଜା, ୬ ବର୍ଷର ଝିଅ କୁ କୁକର୍ମ ଅଭିଯୋଗ ।

1 min read

କଟକ : କଟକରେ ପୁଣି ଲଜ୍ଜା । ବାରଙ୍ଗ ତ୍ରିଶୂଳିଆ ଅଞ୍ଚଳରେ ଶିଶୁ କନ୍ୟାକୁ କୁକର୍ମ । ଗୁରୁତର ଅବସ୍ଥାରେ ପୀଡିତା ଶିଶୁ କଟକ ଶିଶୁଭବନ ରେ ଭର୍ତି ହୋଇଥିବା ସୂଚନା ମିଳିଛି।

ଏନେଇ ବାରଙ୍ଗ ଥାନାରେ ମାମଲା ରୁଜ୍ଜୁ ହେବା ପରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ପୀଡିତା ଶିଶୁ କନ୍ୟାର ବାପା ମା ଏକ ଇଟା ଭାଟିରେ କାମ କରନ୍ତି । ସେମାନେ ନୟାଗଡ଼ ଅଞ୍ଚଳର ମୂଳନିବାସୀ। ସେମାନଙ୍କ ୬ ବର୍ଷର ଝିଅ ସହ ଏଭଳି ଘଟଣା ଘଟିଛି । ତେବେ ଅଭିଯୁକ୍ତ ଜଣଙ୍କ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ସେ ବାରଙ୍ଗ ତ୍ରିଶୂଳିଆ ଅଞ୍ଚଳରେ ରହି କାମ କରୁଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତ କୁ ଧରିବା ବିଭିନ୍ନ ସ୍ଥାନରେ ରେ ଯାଞ୍ଚ କରୁଛି ।

Advertisement

Leave a Reply

Your email address will not be published. Required fields are marked *