Pratidin TV

Odisha's Digital News Platform

କୋଲକାତା ଲଜ୍ଜା; ମମତାଙ୍କ ୨ୟ ଚିଠିର ଜବାବ ଦେଲେ କେନ୍ଦ୍ର ସରକାର

ଉତ୍ତର ନମିଳିବାରୁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଗତ ୨୨ ତାରିଖରେ ମମତା ଲେଖିଥିବା ଚିଠିର ଉତ୍ତର କେନ୍ଦ୍ର ମହିଳା ଓ ଶିଶୁ କଲ୍ଯାଣ ମନ୍ତ୍ରାଳୟ ଏକ ରିପ୍ଲାଇ ଦେଇଥିଲା। ଯେଉଁଥିରେ ସେ ଉଠାଇଥିବା ପ୍ରସଙ୍ଗକୁ ଗୁରୁତର ସହ ନିଆ ନଯାଇଥିବା ଅନୁଭବ କରିବାରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଦ୍ବିତୀୟ ଚିଠି ଲ,ଲେଖିଥିଲେ ମମତା । ଯାହାର ଉତ୍ତର ପୁଣି କେନ୍ଦ୍ର ସରକାର ଦେଇଛନ୍ତି |

ମମତା ଲେଖିଥିବା ଚିଠିର ଜବାବ ଦେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି କି ଏପରି ଲାଗୁଛି କି ତଦନ୍ତ ପ୍ରକ୍ରିୟାରେ ହୋଇଥିବା ବିଳମ୍ବକୁ ଘୋଡ଼ାଇବା ପାଇଁ ଏହା ଏକ ପ୍ରୟାସ। ଅନ୍ନପୂର୍ଣ୍ଣ ଦେବୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ଚିଠିର ଉତ୍ତର ଦେଇ ଲେଖିଛନ୍ତି, ‘‘ଶିଶୁଙ୍କ ଉପରେ ଯୌନ ନିର୍ଯାତନା ମାମଲାର ବିଶେଷ ମୁକାବିଲା ପାଇଁ ବଙ୍ଗଳା ସରକାର ଅତିରିକ୍ତ ୧୧ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ଏଫଟିଏସସି) କାର୍ଯ୍ୟକାରୀ କରିନାହାଁନ୍ତି। ଜଣାପଡୁଛି ଯେ ଏହି ପ୍ରସଙ୍ଗରେ ଆପଣଙ୍କ ଚିଠିରେ ଥିବା ତଥ୍ୟ ବାସ୍ତବରେ ଭୁଲ। ଏଫଟିଏସସି ଗଠନ କରିବାରେ ଯେଉଁ ବିଳମ୍ବ କରାଯାଇଛି ଯାହାକୁ ଘୋଡ଼ାଇବା ପାଇଁ ଏହି ଚିଠି ଲେଖାଯାଇଛି।’’

ଅଗଷ୍ଟ ୨୨ ତାରିଖ ଦିନ କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁଚିଠି ଲେଖିଥିଲେ | ଏହି ଚିଠିରେ ସେ ମହିଳା ବିରୋଧୀ ହିଂସା ବିଶେଷକରି ଦୁଷ୍କର୍ମ ଘଟଣାରେ​‌ ଦୋଷୀଙ୍କୁ କଠୋର ଦଣ୍ଡବିଧାନ ଲାଗି ଆବଶ୍ୟକ ଆଇନ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ମମତା କହିଛନ୍ତି ଯେ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତ୍ତର ପାଇ ନାହାନ୍ତି। ପ୍ରଥମ ଚିଠି ଉପରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଉତ୍ତର ଦେଇଥିବା ମମତା କହିଛନ୍ତି। ମାତ୍ର ଏହି ଚିଠିରେ ଆଇନ ପ୍ରଣୟନ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ଜବାବ ଦିଆଯାଇ ନାହିଁ।

Leave a Reply

Your email address will not be published. Required fields are marked *