Pratidin TV

Odisha's Digital News Platform

ଢେଙ୍କାନାଳରେ ସୀମା ଡେଇଁଲା ଲଜ୍ଜ୍ୟା ; ଗର୍ଭବତୀ କରିସାରି ପୁଣି ଅଙ୍ଗନବାଡି ଛାତରେ କଲେ ଗଣ କୁକର୍ମ ।

1 min read

ଢେଙ୍କାନାଳ ; ଢେଙ୍କାନାଳରେ ସୀମା ଡେଇଁଲା ଲଜ୍ଜ୍ୟା । ଅସହାୟ ୨୨ ବର୍ଷର ଯୁବତୀ ସହ ହେଲା ଗଣ କୁକର୍ମ । ଆଉ ସେ ଗର୍ଭବତୀ ଥିବା ଜାଣି ବି କୁକର୍ମ କାରୀମାନେ ପ୍ରତିଦିନ ରାତିରେ କରୁଥିଲେ ଗଣ କୁକର୍ମ । ଢେଙ୍କାନାଳ ସଦର ଥାନା, ଭାପୁର ଫାଣ୍ଡି ଅନ୍ତର୍ଗତ ମହୁଲ ପଞ୍ଜି ଗ୍ରାମରେ ଘଟିଛି ଲଜ୍ଜା ଜନକ ଲୋମ ଟାଙ୍କୁରା ଘଟଣା ।

ସୂଚନା ଅନୁଯାୟୀ ଜଣେ ୨୨ ବର୍ଷୟୀ ଯୁବତୀକୁ ସେହି ଗ୍ରାମର ୭ ଜଣ ଯୁବକ ଅଙ୍ଗନୱାଡ଼ି କେନ୍ଦ୍ର ଛାତ ଉପରକୁ ଟେକି ନେଇ ବାରମ୍ଵାର ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ସକ୍ଷୀସହାୟ କେନ୍ଦ୍ର ପକ୍ଷରୁ ସଦର ଥାନାରେ ଅଭିଯୋଗ ହୋଇଛି । କେସ ନ ୭୧୩ ଦଫା ୪୫୦, ୩୭୬-୨(A), ୩୭୬(D) IPC ରେ ମାମଲା ରୁଜୁ ହୋଇଛି । ଝିଅର ବାପା ଜଣେ ମାନସିକ ରୋଗୀ ହୋଇ ଥିବାରୁ ଝିଅକୁ ବଞ୍ଚାଇବା ପାଇଁ ଅସହାୟ ହୋଇଥିଲେ । ଯୁବତୀ ଜଣଙ୍କୁ ସେହି ଗ୍ରାମର ୭ ଜଣ ଯୁବକ ଅନେକ ସମୟରେ ଜଣଙ୍କ ପରେ ଜଣେ କୁକର୍ମ କରି ଆସୁଥିଲେ । ବର୍ତ୍ତମାନ ଯୁବତୀ ଜଣଙ୍କ ୭ ମାସର ଗର୍ଭବତୀ ଥିବା ଜଣା ପଡ଼ିଛି। କିଛି ମାସ ଧରି ଯୁବତୀ ଙ୍କୁ ରାତି ୧୦ ଟାରୁ ରାତି ଦୁଇଟା ପର୍ଯ୍ୟନ୍ତ ଗଣ କୁକର୍ମ କରି ଆସୁ ଥିଲେ । ଯୁବତୀ ଙ୍କୁ ପୋଲିସ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସା ଳୟରେ ଥିବା ସରକାରଙ୍କ ପକ୍ଷରୁ ସକ୍ଷୀ କେନ୍ଦ୍ରରେ ରଖାଯାଇଛି ।

ପୋଲିସ ଘଟଣାର ତଦନ୍ତ କରିବା ସହ ଆଜି ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଯାରି ରଖିଛି । ସଦର ଥାନା ଅଧିକାରୀ ଏବଂ ଭାପୁର ଫାଣ୍ଡି ଅଧିକାରୀ ପିଡିତା ଗ୍ରାମକୁ ଯାଇ ଗଣ କୁକର୍ମ ହୋଇ ଥିବା ପରିତ୍ୟକ୍ତ ଘରକୁ ଯାଇ ତଦନ୍ତ କରିବା ସହ ପିଡିତା ବାପା ଜଣେ ବିକୃତ ମସ୍କିତ ଲୋକ ହୋଇ ଥିବାରୁ ତାକୁ ପୋଲିସ ଉଦ୍ଧାର କରି ଜରାଶ୍ରମକୁ ପଠାଇବ ବୋଲି ସୂଚନା ମିଳିଛି । ଏହି ଜଘନ୍ୟ ଅପରାଧରେ ସଂପୃକ୍ତ ଥିବା ଅନ୍ୟ ୩ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରା ଯିବ ବୋଲି ସଦର ଆନା ଅଧିକାରୀ ଦୀପକ କୁମାର ଲେଙ୍କା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *