Pratidin TV

Odisha's Digital News Platform

ଗ୍ରାମୀ ଆୱାର୍ଡ ଜିତି ଭାରତ ଫେରିଲେ ଶଙ୍କର ମହାଦେବନ , ଏୟାରପୋର୍ଟରେ କରାଗଲା ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ..

୬୬ତମ ଗ୍ରାମୀ ଆୱାର୍ଡ ୨୦୨୪ରେ ଭାରତୀୟ ସଙ୍ଗୀତକାର ଦେଖାଇଥିଲେ ଜଲୱା । ତବଲା ବାଦକ ଜାକିର ହୁସେନ, ମ୍ୟୁଜିକ କମ୍ପୋଜର ଶଙ୍କର ମହାଦେବନ ଏବଂ ସେଲଭାଗଣେଶ ଙ୍କ ସହିତ ଅନ୍ୟ ସଙ୍ଗୀତକାର ପୁରସ୍କାର ଜିତି । ଭାରତୀୟ ପାଇଁ ଆଣିଦେଇଛନ୍ତି ଗର୍ବ ଆଉ ଗୌରବ । ତେବେ ଲସ ଆଞ୍ଜେଲସରେ ଅନୁଷ୍ଠିତ ହେଇଥିବା ଏହି ଉତ୍ସବ ପରେ ଏବେ ସ୍ୱେଦଶ ଫେରିଛନ୍ତି ସଙ୍ଗୀତକାର । ମୁମ୍ବାଇର ବିମାନ ବନ୍ଦରରେ କଣ୍ଠଶିଳ୍ପୀ ଶଙ୍କର ମହାଦେବନଙ୍କୁ ଦେଖିବାକୁ ମିଳିଥିଲା । ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସେହି ସମୟରେ ସେ ତାଙ୍କର ସଫଳତା ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଥିଲେ ।

କହିରଖୁଛୁ କି, ଜାକିର ୩ଟି ଗ୍ରାମୀ ପୁରସ୍କାର ହାସଲ କରିଛନ୍ତି । ଜାକିର ପାସ୍ତୋ ସମେତ ‘ଏଜ ୱି ସ୍ପିକ’ ଏବଂ ‘ମୋସନ’ ଗୀତ ପାଇଁ ପୁରସ୍କାର ହାସଲ କରିଛନ୍ତି । ରାକେଶ ଚୌରାସିଆ ‘ପାସ୍ତୋ’ ଏବଂ ‘ମୋସନ’ ଗୀତ ପାଇଁ ପୁରସ୍କାର ଜିତିଥିବା ବେଳେ ‘ଦିସ ମୁମେଣ୍ଟ’ ପାଇଁ ଶ୍ରେଷ୍ଠ ଶଙ୍କର ମହାଦେବନ, ଜନ୍ ମ୍ୟାକଲାଉଲିନ୍‌, ଭି ସେଲଭାଗଣେଶ ଏବଂ ଗଣେଶ ରାଜଗୋପାଲାନ ପୁରସ୍କାର ଜିତିଛନ୍ତି । ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ସଙ୍ଗୀତକାରଙ୍କ ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଦେଶ ଆପଣମାନଙ୍କ ପାଇଁ ଗର୍ବିତ ଥିବା କହିଥିଲେ ।

Leave a Reply

Your email address will not be published. Required fields are marked *