Pratidin TV

Odisha's Digital News Platform

ପୂଜା ପୂର୍ବରୁ ଭଙ୍ଗା ହେଲା ଶଙ୍କରପୁର ବାଦାମବାଡ଼ି ପୂଜା ମଣ୍ଡପ ।

କଟକ : ଭଙ୍ଗା ହେଲା ଶଙ୍କରପୁର ବାଦାମବାଡ଼ି ପୂଜା ମଣ୍ଡପ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପ୍ରଶାସନ ନେଇଛି ଏଭଳି ପଦକ୍ଷେପ । ତେବେ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ମଙ୍ଗଳବାର ରାତିରେ ପୂଜାମଣ୍ଡପକୁ ଭାଙ୍ଗିବା ଲାଗି ପ୍ରଶାସନ ସ୍ଥିର କରିଥିଲା । ପ୍ରାୟ ୪ ପ୍ଲାଟୁନ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ପୂଜା ମଣ୍ଡପକୁ ଭାଙ୍ଗିଛି ସି ଏମ ସି ର ବୁଲଡ୍ରୋଜର ।

କଟକ ସହରକୁ ଜବରଦଖଲ ମୁକ୍ତ କରିବା ଲାଗି ନିକଟରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଯେଉଁ ବେଆଇନ ନିର୍ମାଣ ଦ୍ୱାରା ଡ୍ରେନ ଏବଂ ରାସ୍ତା ଅବରୋଧ ହେଉଛି, ସେଗୁଡିକୁ ତୁରନ୍ତ ଭାଙ୍ଗିବା ଲାଗି ନିର୍ଦ୍ଦେଶ ରହିଛି ।

କିନ୍ତୁ ଆଗକୁ ଯେହେତୁ ଦଶହରା ପର୍ବ ଆସୁଛି, ତେଣୁ ମଣ୍ଡପ ଭାଙ୍ଗିବା କାର୍ଯ୍ୟକୁ କିଛି ମାସ ଲାଗି ସ୍ଥଗିତ ରଖିବାକୁ ପୂଜା କମିଟି ପକ୍ଷରୁ ନିବେଦନ କରାଯାଇଥିଲା । କିନ୍ତୁ କୋର୍ଟ ନିର୍ଦେଶ କାର୍ଯ୍ୟକାରୀ କରାଯାଉଛି ବୋଲି ସି ଏମ ସି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *