Pratidin TV

Odisha's Digital News Platform

ଶାନ୍ତିଲତା ବାରିକଙ୍କ ଭଜନ ତାଙ୍କୁ ରଖିବ ଅମର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

1 min read

ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ | ଦୀର୍ଘ ଦିନ ଦ୍ଧରି ସେ କ୍ୟାନସର ରୋଗରେ ପୀଡିତ ଥିଲେ | ତେବେ ତାଙ୍କର ଚିକତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି | ଆଉ ଆଜି ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ |

ଜଗନ୍ନାଥଙ୍କ ସେ ହଜାର ହଜାର ଭଜନ ଗାଇ ସେ ଓଡ଼ିଆଙ୍କ ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ | ତାଙ୍କର ପରଲୋକରେ ଭକ୍ତି ଓଡ଼ିଆ ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି | ତେବେ ଶାନ୍ତିଲତାଙ୍କ ମୃତଦେହକୁ ତାଙ୍କ ପୁରୁଣା ଭୁବନେଶ୍ୱର କେଦାରଗୌରୀ ସ୍ଥିତ ବାସଭବନକୁ ଅଣାଯାଇଛି | ତାଙ୍କର ବବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଥିବା ବେଳେ ରାଜ୍ୟପାଳ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି | ତେବେ ଗାୟିକା ଶାନ୍ତିଲତା ନିଜ ଜୀବନ କାଳ ମଧ୍ୟରେ ଶାନ୍ତିଲତା ବାରିକ ଅନେକ ଲୋକପ୍ରିୟ ଭଜନ ଗାଇଥିଲେ | ରାଜ୍ୟ ଓ ରାଜ୍ୟ ବାହାରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି |

Advertisement

୨0୧୧ରେ ସେ ଅସୁସ୍ଥ ହୋଇଥିବା ବେଳେ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡିଥିଲା | ଏହାପରଠାରୁ ସେ ଖାଉଥିଲେ ନିୟମିତ ଔଷଧ | କିନ୍ତୁ କୋଭିଡି ପରେ ୨0୨୨ ପରେ ସେ ପୁଣି ଠାରେ ଅସୁସ୍ଥ ହୋଇପଡିଥିଲେ | ଏବଂ ଗତକାଲି ତାଙ୍କର ବିୟୋଗ ଘଟିଥିଲା |

Leave a Reply

Your email address will not be published. Required fields are marked *