ନିର୍ବାଚନ ପୂର୍ବରୁ ବଡ ସଙ୍କେତ ଦେଲେ ଶରଦ ପାୱାର । ରାଜନୀତିରୁ ଅବସର ନେବେ ଭିଷ୍ମ ପିତାମହ …
1 min readମହାରାଷ୍ଟ୍ର ନିର୍ବାଚନକୁ ନେଇ ଚଲିଛି ପାଓ୍ବାର ପଲିଟିକ୍ସ । ନିର୍ବାଚନ ପୂର୍ବରୁ ଅବସର ସଙ୍କେତ ଦେଇଛନ୍ତି ଏନସିପି (ଶରଦ ଗୋଷ୍ଠୀ) ମୁଖ୍ୟ ୮୩ ବର୍ଷୀୟ ଶରଦ ପାଓ୍ବାର । ସେ କହିଛନ୍ତି, ୧୪ଥର ନିର୍ବାଚନ ଲଢ଼ିସାରିଛି, ଆଉ କେତେ ନିର୍ବାଚନ ଲଢ଼ିବି । କେବେ ତ ଅଟକିବାକୁ ପଡ଼ିବ ।
ଆସନ୍ତା ୧୮ ମାସ ପରେ ରାଜ୍ୟସଭା ସାଂସଦ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ଏହାପରେ ସେ ଆଉ କୌଣସି ପ୍ରକାରର ନିର୍ବାଚନ ଲଢ଼ି ନ ପାରନ୍ତି ବୋଲି ଆଜି କହିଛନ୍ତି। ଏହାର ଅର୍ଥ ସେ ୧୮ ମାସ ପରେ ସମ୍ଭବତଃ ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ରଖିବେ ବୋଲି କୁହାଯାଉଛି।
ଭେଟରାନ ରାଜନେତା ଶରଦ ପାୱାର ୧୯୯୯ରେ ଏନସିପି ପ୍ରତିଷ୍ଠା କରିଥିଲେ। ସେ ମହାରାଷ୍ଟ୍ର ରାଜନୀତିର ଭିଷ୍ମ ପିତାମହ ଭାବେ ପରିଚିତ। ତେବେ ନଭେମ୍ବର ୨୦ ବିଧାନସଭା ନିର୍ବାଚନ ବେଳେ ଏଠାରେ ପାୱାର ବନାମ ପାୱାର ଲଢ଼େଇ ଦେଖିବାକୁ ମିଳିବ। କାରଣ ବିଜେପି ସହ ହାତ ମିଳାଇଥିବା ଅଜିତ ପାୱାରଙ୍କୁ ଟକ୍କର ଦେବାକୁ ଶରଦ ପାୱାର ତାଙ୍କ ନାତିଙ୍କୁ ଏଠାରେ ପ୍ରାର୍ଥୀ କରିଛନ୍ତି। ଅଜିତ ପାୱାରଙ୍କ ଭାଇଙ୍କ ପୁଅ ଏଠାରେ ଏନସିପି(ଶରଦ ପାୱାର)ରୁ ପ୍ରାର୍ଥୀ ହୋଇଛନ୍ତି।