ପଞ୍ଚଭୂତରେ ଲୀନ ହେଲେ ଶାରଦା ସିହ୍ନା,ରାଷ୍ଟ୍ରୀୟ ମର୍ଯ୍ୟଦା ରେ ହେଲା ଶେଷକୃତ୍ୟ..
1 min readପଞ୍ଚଭୂତରେ ଲୀନ ହେଲେ ବିହାରର ପ୍ରସିଦ୍ଧ ଲୋକ ଗାୟକ ଶାରଦା ସିହ୍ନା । ତାଙ୍କର ଅନ୍ତିମ ସଂସ୍କାରରେ କେବଳ ପରିବାର ସଦସ୍ୟ ନୁହଁନ୍ତି ସମସ୍ତ ପ୍ରଶଂସକ ମଧ୍ୟ ଉପସ୍ଥିତ ଥିଲେ। ନିଜର ଚମତ୍କାର କଣ୍ଠ ପାଇଁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶାରଦା ସିହ୍ନା । ଶାରଦା ସିହ୍ନା ନଭେମ୍ବର 5 ତାରିଖ ଦିନ ଦିଲ୍ଲୀର AIIMS ଠାରେ ଦେହାନ୍ତ ହୋଇଥିଲା । ସେ ଛଟ୍ ଗୀତ ଗାଈ ବେସ୍ ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କ ଦେହାନ୍ତରେ ସମଗ୍ର ଦେଶରେ ଶୋକ ଛାୟା ଖେଳିଯାଇଛି । ଆଜି ପାଟଣାର ଗୁଲାବୀ ଘାଟରେ ଲୋକ ଗାୟକ ଶାରଦା ସିହ୍ନାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
ସେହି ସମାନ ସ୍ଥାନରେ ତାଙ୍କ ସ୍ୱାମୀଙ୍କର ମଧ୍ୟ ଅନ୍ତିମ ସଂସ୍କାର କରାଯାଇଥିଲା । ସିଏମ୍ ନୀତୀଶ କୁମାର ମଧ୍ୟ ସ୍ୱର୍ଗତ ଲୋକ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ ଶାରଦା ସିହ୍ନାଙ୍କର ଶେଷ ରୀତିନୀତି ସମ୍ପର୍ଣ୍ଣ କରାଯାଇଛି । ପ୍ରଶଂସକଙ୍କ ସହ ଶାରଦା ସିହ୍ନାଙ୍କ ଅନ୍ତିମ ସଂସ୍କାରରେ ବହୁ ରାଜନେତା ମଧ୍ୟ ଯୋଗ ଦେଇଥିଲେ। ସୂଚନାଥାଉ ଯେ, ୧୯୫୨ ଅକ୍ଟୋବର ୧ ତାରିଖରେ ବିହାରର ସୁପୋଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଶାରଦା । ନିଜର ଚମତ୍କାର କଣ୍ଠ ପାଇଁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶାରଦାଙ୍କୁ ବିହାରର କୋକିଳ ବ୍ୟତୀତ ଭୋଜପୁରୀ କୋକିଲା, ଭିଖାରୀ ଠାକୁର ସମ୍ମାନ, ବିହାର ରତ୍ନ, ମିଥିଲି ବିଭୂତି ସହିତ ଅନେକ ସମ୍ମାନ ମିଳିଛି । ଶାରଦା ସିହ୍ନା ଭୋଜପୁରୀ, ମଗହୀ ଓ ମୈଥଲି ଭାଷାରେ ବିବାହ ଓ ଛଠର ଗୀତ ଗାଇଛନ୍ତି, ଯାହା ଲୋକଙ୍କ ମଧ୍ୟରେ ବହୁ ପ୍ରଚଳିତ ।