ସ୍ୱାମୀ ଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିଦେଲେ ଗାୟିକା ,ମୃତ୍ୟୁପରେ ପୋଷ୍ଟ ହେଉଛି ଭାଇରାଲ…
1 min readଆଉ ନାହାନ୍ତି ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ପଦ୍ମ ଭୂଷଣ ଡକ୍ଟର ଶାରଦା ସିହ୍ନା। ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।କିଛି ଦିନ ହେଲା ଡକ୍ଟର ଶାରଦା ସିହ୍ନା ଅସୁସ୍ଥ ଥିଲେ। ସୋମବାର ଦିନ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ତେବେ ମଙ୍ଗଳବାର ରାତିରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।
ଶାରଦା ସିହ୍ନା ହେଉଛନ୍ତି ବିହାରର ଖ୍ୟାତନାମା ସଙ୍ଗୀତଜ୍ଞ। ବିହାରର କୋକିଳା କଣ୍ଠୀ ଭାବେ ସେ ବେଶ୍ ପରିଚିତ ଥିଲେ। ସେ ମୈଥିଳି, ଭୋଜପୁରୀ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇଛନ୍ତି। ଆଜି ସିନା ସେ ଆମ ଗହଣରେ ନାହାନ୍ତି ।ହେଲେ ସେ ତାଙ୍କ ଗୀତର ଯାଦୁରେ ପ୍ରଶଂସକଙ୍କ ହୃଦୟରେ ସବୁବେଳେ ଅମର ହୋଇ ରହିବେ ।
ସେପ୍ଟେମ୍ବର ୨୨ ତାରିଖରେ ସ୍ବାମୀ ବ୍ରଜକିଶୋରଙ୍କ ମୃତ୍ୟୁପରେ ଶାରଦା ସିହ୍ନା ଭାଙ୍ଗିପଡ଼ିଥିଲେ। ଧୀରେଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ବ୍ରଜକିଶୋରଙ୍କ ମୃତ୍ୟୁ ବ୍ରେନ ହାମରେଜ ହେତୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଥିଲା।
ସ୍ବାମୀଙ୍କ ମୃତ୍ୟୁର ସପ୍ତାହେ ପରେ ଅର୍ଥାତ ଅକ୍ଟୋବର ୧ ତାରିଖରେ ଗାୟିକା ଶାରଦା ସିହ୍ନା ଫେସବୁକରେ ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ସ୍ବାମୀଙ୍କ ସହିତ ତାଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ,‘ମୋତେ ଏ କେଉଁ ଉପହାର ଦେଇ ଚାଲିଗଲା ସିହ୍ନା ସାହେବ। ଆପଣଙ୍କ ସହିତ ମୋର ଶେଷ ସାକ୍ଷାତ ସପ୍ଟେମ୍ବର ୧୭ ତାରିଖରେ ହୋଇଥିଲା। ମୁଁ କହିଥିଲି ତିନିଦିନରେ ଫେରି ଆସିବି। ଆପଣ ଆପଣଙ୍କ ଯତ୍ନ ନେବେ। ଆପଣ ବି ମୋ କଥା ଶୁଣି କହିଥିଲେ,‘‘ ବ୍ୟସ୍ତ ହୁଅ ନାହିଁ ମୁଁ ଠିକ ଅଛି… ତୁମେ ଶୀଘ୍ର ଫେରି ଆସିବ।’’
ମୁଁ କହିଥିଲି ହଁ ଖୁବ ଶୀଘ୍ର ଆପଣଙ୍କ ପାଖକୁ ଫେରି ଆସିବି । ଆପଣ ଯଦି ଠିକ ଥିଲେ ତେବେ ଇଏ କ’ଣ?? ଏହାସହିତ ସେ ତାଙ୍କ ସ୍ୱାମୀଙ୍କୁ ଖୁବ ଶୀଘ୍ର ଭେଟିବେ ବୋଲି ପ୍ରତିଶୃତି ଦେଇଥିଲେ । ଶାରଦା ସିହ୍ନାଙ୍କ ମୃତ୍ୟୁ ପରେ ଗାୟିକା ସ୍ବାମୀ ପାଇଁ କରିଥିବା ଏହି ପୋଷ୍ଟକୁ ନେଇ ସମସ୍ତକଙ୍କ ଆଖି ଓଦା ହୋଇଯାଇଛି । ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ କେତେ ପ୍ରେମ ଥିଲା ଏହି ପୋଷ୍ଟଗୁଡିକରୁ ସ୍ପଷ୍ଟ ବାରି ହୋଇପଡିଛି।ସ୍ୱାମୀଙ୍କୁ ହରାଇବା ପରେ ସେ ପୁରାପୁରି ଭାଙ୍ଗିପଡ଼ିଥିଲେ ।
ଆଜି ପାଟଣାର ଗୁଲାବୀ ଘାଟରେ ଲୋକ ଗାୟକ ଶାରଦା ସିହ୍ନାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସେହି ସମାନ ସ୍ଥାନରେ ତାଙ୍କ ସ୍ୱାମୀଙ୍କର ମଧ୍ୟ ଅନ୍ତିମ ସଂସ୍କାର କରାଯାଇଥିଲା । ପ୍ରଶଂସକଙ୍କ ସହ ଶାରଦା ସିହ୍ନାଙ୍କ ଅନ୍ତିମ ସଂସ୍କାରରେ ବହୁ ରାଜନେତା ମଧ୍ୟ ଯୋଗ ଦେଇଥିଲେ। ସୂଚନାଥାଉ ଯେ, ୧୯୫୨ ଅକ୍ଟୋବର ୧ ତାରିଖରେ ବିହାରର ସୁପୋଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଶାରଦା । ନିଜର ଚମତ୍କାର କଣ୍ଠ ପାଇଁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶାରଦାଙ୍କୁ ବିହାରର କୋକିଳ ବ୍ୟତୀତ ଭୋଜପୁରୀ କୋକିଲା, ଭିଖାରୀ ଠାକୁର ସମ୍ମାନ, ବିହାର ରତ୍ନ, ମିଥିଲି ବିଭୂତି ସହିତ ଅନେକ ସମ୍ମାନ ମିଳିଛି । ଶାରଦା ସିହ୍ନା ଭୋଜପୁରୀ, ମଗହୀ ଓ ମୈଥଲି ଭାଷାରେ ବିବାହ ଓ ଛଠର ଗୀତ ଗାଇଛନ୍ତି, ଯାହା ଲୋକଙ୍କ ମଧ୍ୟରେ ବହୁ ପ୍ରଚଳିତ । ୨୦୧୮ରେ ଗାୟିକା ଶାରଦା ସିହ୍ନାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଆହୁରି ପଢନ୍ତୁ-
ଛାଡ଼ପତ୍ର ଚର୍ଚ୍ଚା ଭିତରେ ଏକାଠି ଫିଲ୍ମ କରିବେ ଅଭିଷେକ-ଐଶ୍ୱର୍ଯ୍ୟା..