Pratidin TV

Odisha's Digital News Platform

(ଭିଡିଓ)ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ମାମଲା : ସାମ୍ନାସାମ୍ନି ଜେରା ପରେ ସବୁ ଗୁମର ଖୋଲିଲେ ଶ୍ରଦ୍ଧାଞ୍ଜଳି ….

ଭୁବନେଶ୍ୱର : ଖୋଲିଛି ହନିଟ୍ରାପ୍ କୁଇନ୍‌ର ମାୟାବିନୀ ଜାଲ । ମୁହଁମୁହିଁ ଜେରାରେ ବିଷ ଓଗାଳିଲେ ଶ୍ରଦ୍ଧାଞ୍ଜଳି । କିପରି ଅର୍ଚ୍ଚନା ତାଙ୍କୁ ମାଧ୍ୟମ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ସେ ସମ୍ପର୍କରେ ସବୁ ତଥ୍ୟ ଇଡିକୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି ।ଏହା ବ୍ୟତୀତ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଅନ୍ୟ କିଛି ଭାଗିଦାରୀ , ତାଙ୍କ ଆର୍ଥିକ କାରବାର ଓ ସେକ୍ସଟର୍ସନ ସଂପର୍କରେ ସେ ବୋହୁ ବିସ୍ପୋରକ ତଥ୍ୟ ମଧ୍ୟ ଦେଇଛନ୍ତି । ତେବେ ଶ୍ରଦ୍ଧାଞ୍ଜଳିଙ୍କ ଏହି ତଥ୍ୟ ତଦନ୍ତକୁ ଆଗକୁ ନେବ ବୋଲି ଇଡି ଆଶାବାଦୀ ରହିଛି ।

ସେହିପରି ପୂର୍ବରୁ ତିନି ତିନିଥର ନୋଟିସ୍ ପରେ ଏସବୁର ମୁଖ୍ୟ ସୂତ୍ରଧାର କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ଶେଷରେ ଗତକାଲି ଇଡି ଅଫିସରେ ହାଜର ହୋଇଥିଲେ । ଏହାପରେ ଇଡିର ପ୍ରଶ୍ୱ ବାଣରେ ଚୁପ୍ ରହିଥିଲେ ,କିନ୍ତୁ ଯେତେବେଳେ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ଏଥର କିନ୍ତୁ ନିରବତା ଭାଙ୍ଗିଥିଲେ ଶ୍ରଦ୍ଧାଞ୍ଜଳି । ଇଡି ଅଧିକାରୀଙ୍କୁ ସବୁ ପ୍ରଶ୍ନର ସେ ପ୍ରାଞ୍ଜଳ ଭାବେ ଉତ୍ତର ଦେଇଥିଲେ । ଅର୍ଚ୍ଚନା କେମିତି ତାଙ୍କ କଳା ସାମ୍ରାଜ୍ୟ ଚଳାଉଥିଲେ ? କିଏ କିଏ ତାଙ୍କୁ ସହଯୋଗ କରୁଥିଲେ । ଏସବୁ ବିଷୟରେ ଅନର୍ଗଳ ଗାଇ ଥିଲେ । ତେବେ ଖୁବ୍ ଶୀଘ୍ର ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ଇଡି ଗିରଫ୍ କରିପାରେ ବୋଲି ଏକ ବିଶେଷ ସୂତ୍ରରୁ ଜଣା ପଡିଛି ।

ଅନ୍ୟପଟେ ଆଉ ବିସ୍ପୋରକ ଘଟଣା ସାମ୍ନାକୁ ଆସିଛି । ଯାହା ଅର୍ଚ୍ଚନାଙ୍କ ମାମଲାରେ ଏକ ବଡ ଅଧିକାରୀଙ୍କୁ ସପୃକ୍ତ କରିଛି । କାରଣ ଅର୍ଚ୍ଚନାଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍ ଗାଏବ୍ ହୋଇଯାଇଛି । କିଏ,କାହିଁକି ଏବଂ କେଉଁ ପରିସ୍ଥିତିରେ ଫୁଟେଜ୍ ଗାଏବ କଲା ତାହାକୁ ନେଇ ବର୍ତ୍ତମାନ ସନ୍ଦେହ ବଢିବାରେ ଲାଗିଛି । ଏହା ସହ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ସୋସିଅଲ ମିଡିଆ ଆକାଉଣ୍ଟରୁ ମଧ୍ୟ ବହୁ ଫଟୋ ଗାୟବ ହୋଇଯାଇଛି । ଅର୍ଚ୍ଚନାଙ୍କ ମୋବାଇଲ ଫୋନ କମିଶନରେଟ୍ ପୋଲିସ ହେପାଜତରେ ଥିବା ବେଳେ କିଏ ତାଙ୍କ ମୋବାଇଲ ଫୋନ ବ୍ୟବହାର କରୁଥିଲା । ଏବଂ କାହିଁକି ଏପରି କଲା ତାହା ଏକ ବଡ ପ୍ରଶ୍ୱବାଚୀ ସୃଷ୍ଟି କରିଛି । ଯାହା କମିଶନରେଟ୍ ପୋଲିସକୁ ହରଡ ଘଣାରେ ପକାଇଛି ।

Leave a Reply

Your email address will not be published. Required fields are marked *