Pratidin TV

Odisha's Digital News Platform

ନବରାତ୍ରୀ ତୃତୀୟ ଦିନରେ ପୂଜା କରନ୍ତୁ ‘ମା ଚନ୍ଦ୍ରଘଣ୍ଟା’ଙ୍କୁ , ଜୀବନରୁ ଦୂର ହେବ ସମସ୍ୟା ବଢିବ ସୁଖ ଶାନ୍ତି ଆଉ …

1 min read

ଭୁବନେଶ୍ୱର ; ପବିତ୍ର ନବରାତ୍ରୀର ତୃତୀୟ ଦିନରେ ମାଙ୍କ ଚନ୍ଦ୍ରଘଣ୍ଟା ସୂରୂପକୁ ପୂଜା କରାଯାଏ । ଶାସ୍ତ୍ରମାନ୍ୟତା ଅନୁସାରେ ମା ଦୁର୍ଗାଙ୍କ ଏହି ସୂରୂପ ଅତ୍ୟନ୍ତ ଶାନ୍ତ ଆଉ କଲ୍ୟାଣକାରୀ ଅଟନ୍ତି । ମା ନିଜର ଏହି ରୂପରେ ମୁଣ୍ଡରେ ଘଣ୍ଟା ଆକାରର ଅଧା ଚାନ୍ଦକୁ ଧାରଣ କରିଥାନ୍ତି । ଏହି କାରଣରୁ ମାଙ୍କୁ ଚନ୍ଦ୍ରଘଣ୍ଟା ନାମରେ ନାମିତ କରାଯାଇଛି ।

ମା ଚନ୍ଦ୍ରଘଣ୍ଟା ସିଂହ ଉପରେ ବିରାଜମାନ କରନ୍ତି ବା ତାଙ୍କ ବାହାନ ସିଂହ ଅଟେ । ମାଙ୍କ ଦଶ ଭୂଜା /ହାତରେ ପଦ୍ମ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଧାରଣ କରିଥାନ୍ତି । ତା ସହ ମଥାରେ ଅଧା ଚାନ୍ଦ ତାଙ୍କ ରୂପକୁ ପୂର୍ଣ୍ଣ କରିଥାଏ । ତାଙ୍କ କଣ୍ଠରେ ଧଳା ରଙ୍ଗର ମାଳା ସହ ମୁଣ୍ଡରେ ରତ୍ନର ମୁକଟ ସହ ମା ସିଂହ ଉପରେ ଯୁଦ୍ଧ ମୁଦ୍ରାରେ ବିରାଜମାନ କରିଥାନ୍ତି ।
ପୂଜାର ଲାଭ- ମାନ୍ୟତା ରହିଛି ନବରାତ୍ରରେ ମା ଦୁର୍ଗାଙ୍କର ଏହି ଚନ୍ଦ୍ର ଘଣ୍ଟା ସୂରୂପକୁ ପୂଜା କରିବା ଦ୍ୱାରା ଜୀବନରେ ଶାନ୍ତି ଆସିଥାଏ । ଏବଂ ସବୁ ପରିସ୍ଥିତି ସହ ଲଢିବାର ଶକ୍ତି ମିଳିଥାଏ । କୁହାଯାଏ ଯେ ମାଙ୍କୁ କଞ୍ଚା ଖିରରେ ପୂଜା କରିବା ଦ୍ୱାରା ବିଶେଷ ଆଶ୍ରୀବାଦ ମିଳିଥାଏ ।

ମନ୍ତ୍ର- ପିଣ୍ଡଜପ୍ରବରାରୁଢା ଚଣ୍ଡକୋପାସ୍ତ୍ରକେର୍ଯୁତା
ପ୍ରସାଦଂ ତନୁତେ ମହାଂ ଚନ୍ଦ୍ରଘଣ୍ଟୋତି ବିଶୃତା

ପୂଜା ବିଧି- ସକାଳୁ ନିତ୍ୟା କର୍ମ ସାରି ମାଙ୍କ ମନ୍ତ୍ର ଜାପ କରିବା ସହ ଅକ୍ଷତ ଫୁଲ ଓ ପୂଜା ସାମଗ୍ରୀ ମାଙ୍କୁ ଅର୍ପଣ କରନ୍ତୁ । ଏହା ପରେ ମାଙ୍କ ଆରତୀ କରି ଘଣ୍ଟ ଶଙ୍ଖ ବଜାଇ ଭୋଗ ଲଗାନ୍ତୁ । ପରେ ମା ଚନ୍ଦ୍ରଘଣ୍ଟା ବା ଦୁର୍ଗା ସ୍ତୁତି ସପ୍ତଶତି ପାଠ କରନ୍ତୁ । ମନେରଖନ୍ତୁ ମାଙ୍କୁ ପୂଜା କରିବା ସମୟରେ ହଳଦିଆ କିମ୍ବା ସୁନେଲି ରଙ୍ଗର ବସ୍ତ୍ର ପିନ୍ଦନ୍ତୁ ।

ଭୋଗ-ମାଙ୍କ ପାଖରେ ଆପଣମାନେ କ୍ଷୀରୀ , ଖିର /କେସରରେ ପ୍ରସ୍ତୁତ ମିଠା ଅର୍ପଣ କରନ୍ତୁ । ମା ସନ୍ତଷ୍ଟ ହୁଅନ୍ତି ।

Leave a Reply

Your email address will not be published. Required fields are marked *