ଇମ୍ରାନ୍ଙ୍କ ଦଳକୁ ବ୍ୟାନ କଲେ ସରିଫ ସରକାର ..
1 min readପାକିସ୍ତାନ ରାଜନୀତିରେ ଆଉ ରହିବନି ବିରୋଧୀ ଦଳ । ବିରୋଧୀଙ୍କୁ ସମ୍ପୁର୍ଣ୍ଣ ଶେଷ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କଲା ପାକିସ୍ତାନର ଶାସକ ଦଳ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ଏବେ ବଡ଼ ଝଟକା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି । ତାଙ୍କ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ(ପିଟିଆଇ) ଖୁବଶୀଘ୍ର ଦେଶରେ ବ୍ୟାନ ହେବାକୁ ଯାଉଛି । ଦେଶ ବିରୋଧୀ କାର୍ଯ୍ୟରେ ପିଟିଆଇ ଲିପ୍ତ ଥିବାରୁ ଏହାକୁ ପାକିସ୍ତାନରେ ଅସିଦ୍ଧ ଘୋଷଣା କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।
ପାକିସ୍ତାନର ସୂଚନା ମନ୍ତ୍ରୀ ତାରାର କହିଛନ୍ତି- ଏହି ନିଷ୍ପତ୍ତି ପୂର୍ବତନ ଶାସକ ଦଳର ୯ ମେ’ଘଟଣାରେ ସମ୍ପୃକ୍ତ ହେବା ଉପରେ ଆଧାରିତ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହିତ ପାକିସ୍ତାନର ଚୁକ୍ତିନାମାକୁ ବିଫଳ କରିବାକୁ ପିଟିଆଇର ପୂର୍ବତନ କିମ୍ବା ବର୍ତ୍ତମାନର ନେତାଙ୍କ ଉଦ୍ୟମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଇମ୍ରାନ ଖାନ ଏବଂ ଅନ୍ୟ ଦୁଇ ବରିଷ୍ଠ ଦଳର ନେତା – ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆରିଫ ଅଲଭି ଓ ରାଷ୍ଟ୍ରୀୟ ବିଧାନସଭାର ପୂର୍ବତନ ଡେପୁଟି ସ୍ପିକର କାସୀମ ସୌରୀଙ୍କ ବିରୋଧରେ ସରକାର ଦେଶଦ୍ରୋହ ମାମଲା ଦାୟର କରିବାକୁ ଯୋଜନା କରାଯାଉଛି ଓ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଏକ ସମୀକ୍ଷା ଆବେଦନ କରିବାକୁ ମଧ୍ୟ ଯୋଜନା କରାଯାଉଛି। ଯେଉଁଥିରେ ଦର୍ଶାଯାଇଛି ଯେ ମହିଳା ଏବଂ ଧାର୍ମିକ ସଂଖ୍ୟାଲଘୁ ସଦସ୍ୟଙ୍କ ପାଇଁ ସଂରକ୍ଷିତ କିଛି ବିଧାନସଭା ଆସନ ବଣ୍ଟନ କରାଯିବା ଉଚିତ।