Pratidin TV

Odisha's Digital News Platform

ଶଶି ଥରୁର ଦେଲେ ବୟାନ , କହିଲେ ଆଉ ଲଢ଼ିବେନି ନିର୍ବାଚନ !

1 min read

ଚତୁର୍ଥ ଥର କେରଳର ଥିରୁଭାନନ୍ତପୁରମ  ଲୋକ ସଭା ଆସନରୁ ବିଜୟ ହାସଲ କରିଛନ୍ତି  ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର । ଲୋକ ସଭା ନିର୍ବାଚନରେ ବିଜୟ ପରେ ଥରୁରଙ୍କ ବଡ ବୟାନ ସାମ୍ନାକୁ ଆସିଛି। ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି  ଯଦି ଆଗାମୀ ଲୋକ ସଭା ନିର୍ବାଚନ ପାଞ୍ଚବର୍ଷ ପରେ ଅନୁଷ୍ଠିତ ହୁଏ, ତେବେ ଆଉ ଏକ ଲୋକ ସଭା ନିର୍ବାଚନ ଲଢିବା ପାଇଁ ମୁଁ ଆଉ ଇଛୁକ ନୁହେଁ। କାରଣ ଏବେ ଯୁବପିଢ଼ିମାନେ ଆଗକୁ   ଆସିବା ଆବଶ୍ୟକ। ଆଉ ଏଥିପାଇଁ ଆମକୁ ପଛକୁ ଯିବା ଜରୁରୀ।

ଏଥିସହ ତାଙ୍କୁ ଯେତେବେଳେ ପଚରାଯାଇଥିଲା ଏହା ତାଙ୍କ ରାଜନୀତିର ଶେଷ ନିର୍ବାଚନ କି? ଉତ୍ତରରେ ଥରୁର କହିଛନ୍ତ, ନିର୍ବାଚନ ରାଜନୀତିରେ ନୁହେଁ, କିନ୍ତୁ ନିଶ୍ଚିତ ଭାବରେ ଲୋକ ସଭାରେ ଏପରି ହୋଇପାରେ। ମୋତେ ଲାଗୁଛି ଯେ ମୁଁ ମୋର କାର୍ଯ୍ୟ କରିସାରିଛି। ଏବେ ଯୁବପିଢିି ଆଗକୁ ଆସିବା ଆବଶ୍ୟକ। ଆଉ ଏଥିପାଇଁ ଆମକୁ ପଛକୁ ଯିବା ଜରୁରୀ। ତେବେ ରାହୁଲ ଗାନ୍ଧୀଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ’  ଶଶି ଥରୁର କହିଛନ୍ତି ।  ସେ କହିଛନ୍ତି ରାହୁଲ ଏବେ ବିରୋଧୀ ଦଳର ନେତା ଭାବେ ଦାୟିତ୍ୱ ନିଅନ୍ତୁ।

Advertisement

Leave a Reply

Your email address will not be published. Required fields are marked *