Pratidin TV

Odisha's Digital News Platform

ବୀରତା ପାଇଁ ଓଡ଼ିଆ ପୁଅ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ 

ଓଡ଼ିଆ ପୁଅର ବୀରତ୍ୱକୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ସାହାସୀକତା ପାଇଁ ଶୌର୍ଯ୍ୟଚକ୍ରରେ ସମ୍ମାନରେ ସମ୍ମାନିତ ହେଲେ ଲେଫ୍ଟନେଣ୍ଟ ଓଡ଼ିଆ ପୁଅ ବିମଳ ରଞ୍ଜନ ବେହେରା | ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରିଛନ୍ତି ରସଞ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି ଅବସରରେ ୧0ଟି କୀର୍ତ୍ତି ଚକ୍ର ୩୬ଟି ଶୌର୍ଯ୍ୟଚକ୍ର ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଯେଉଁଥିରେ ସମିଳ ହୋଇଥିଲେ ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା | ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା ଏବେ ବିଶାଖାପାଟଣାରେ କାର୍ଯ୍ୟରତ ଅଛନ୍ତି।

ତେବେ ମାର୍ଚ୍ଚ ୨୦୨୩ରେ ଓଏନଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅଫଲୋଡିଂ ଜାହାଜରେ ଅପରେସନାଲ୍‌ ଏମର୍ଜେନ୍ସୀ ନେଇ ରିପୋର୍ଟ କରିଥିଲା। ଜାହାଜର ଇନ୍ଧନ ଉତ୍ତୋଳନ ବ୍ୟବସ୍ଥାରେ ମାଛଧରା ଜାଲ ଫସିଯିବାରୁ ହଠାତ୍ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ଏଥିପାଇଁ ଭାରତୀୟ ନୌସେନାର ସହାୟତା ଲୋଡା ଯାଇଥିଲା। ଜଣେ ଲିଡ୍ ଡାଇଭର ଭାବରେ ନିର୍ଭୀକ ହୋଇ ଆଗକୁ ବଢ଼ିଥିଲେ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା। ଯେଉଁଠି ଜାହାଜ ଫସିଥିଲା, ସେଠାରେ କିଛି ଫୁଟ ଗଭୀରତା ପର୍ଯ୍ୟନ୍ତ ଡାଇଭିଂ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା। ତଥାପି ଡାଇଭିଂ ଅପରେସନରେ ଯାଇଥିଲେ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା।

୨୦୨୩ ମାର୍ଚ୍ଚ ୧୨ ତାରିଖ ରାତି ପ୍ରାୟ ୧୦ଟାରେ ଗଭୀର ଜଳରାଶିରେ ପ୍ରବେଶ କରିଥିଲେ। ସାହସିକତାର ସହ ୧୮ ଫୁଟ ତଳକୁ ଓହ୍ଲାଇଥିଲେ। ପାଣି ମାଡ଼ରେ ବିନା ବିଶ୍ରାମରେ ଡାଇଭିଂ ଜାରି ରଖିଥିଲେ। ପ୍ରଚଣ୍ଡ ପ୍ରତିକୂଳ ପରିସ୍ଥିତିରେ ସେ ପହଞ୍ଚିଥିଲେ ଲକ୍ଷ୍ୟସ୍ଥଳରେ। ସଫଳତାର ସହ ଜାହାଜର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ୧୦୦ ଫୁଟ୍‌ ପାର କରି ଟରେଷ୍ଟ ଏରିଆରେ ପହଞ୍ଚିଥିଲେ। ତେବେ ବ୍ୟକ୍ତିଗତ ସୁରକ୍ଷାକୁ ଭୃକ୍ଷେପ ନକରି ଯେଉଁ ବୀରତ୍ୱ ଓ ସାହସିକତା ଦେଖାଇଥିଲେ। ସେଥିପାଇଁ ଲେଫଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ଯେଉଁଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *