Pratidin TV

Odisha's Digital News Platform

ହିଣ୍ଡନ ଏୟାରବେସ ସେଫ୍ ହାଉସରେ ଶେଖ ହସିନା; ସୁରକ୍ଷା ଲାଗି ଗରୁଡ଼ କମାଣ୍ଡୋ

1 min read

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଶେଖ ହସିନା ଦେଶ ଛାଡ଼ିବାରୁ ଏବେ ବାଂଲାଦେଶରେ ଲାଗୁ ହୋଇଛି ସେନା ଶାସନ। ଦେଶର ସେନା ମୁଖ୍ୟ ଜେନେରାଲ ୱାକେର ଉଜ ଜମାନ ବାଂଲାଦେଶର ଶାସନ ଭାର ନିଜ ହାତକୁ ନେଇଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇଛନ୍ତି। ୧୫ ବର୍ଷ ସତ୍ତାରେ ରହିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ଏପରିକି ଶେଖ୍ ହସିନା ମଧ୍ୟ ଦେଶ ଛାଡ଼ି ବିଦେଶ ପଳାଇ ଯାଇଥିବା ଚର୍ଚ୍ଚା ହେଉଛି।

ଦେଶ ଛାଡ଼ିବା ପରେ ଶେଖ ହସିନା ଏବେ ଭାରତରେ ଅଛନ୍ତି। ହିଣ୍ଡନ ଏୟାରବେସରେ ତାଙ୍କର ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରେ ଏନଏସଏ ଅଜିତ ଡୋଭାଲ ତାଙ୍କୁ ସାକ୍ଷାତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଆଲୋଚନା ହୋଇଛି। ପଶ୍ଚିମ ବାୟୁସେନା ୱିଙ୍ଗ ମୁଖ୍ୟ ଏୟାର ମାର୍ଶାଲ ପି. ଏମ ସିହ୍ନା ମଧ୍ୟ ଶେଖ ହସିନାଙ୍କ ସହିତ ସାକ୍ଷାତ କରିଛନ୍ତି।

Advertisement

ସୂଚନା ଅନୁଯାୟୀ, ଶେଖ ହସିନା ଭାରତ ଆସିବା ପୂର୍ବରୁ ଦିଲ୍ଲୀରେ ଏକ ବଡ଼ ବୈଠକ ହୋଇଥିଲା। ଏଥିରେ ଭାରତର ବିଦେଶ ଗୋଇନ୍ଦା ସଂସ୍ଥା ର’ ମୁଖ୍ୟ, ଏନଏସଏ ଆଦି ସାମିଲ ଥିଲେ। ବାଂଲାଦେଶରୁ ଭାରତରେ ପହଞ୍ଚିବା ପାଇଁ ଶେଖ ହସିନାଙ୍କ ମିଶନରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଏନଏସଏ, ସେନା, ବାୟୁସେନା ଏବଂ ସୁରକ୍ଷା ଏଜେନ୍ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *