Pratidin TV

Odisha's Digital News Platform

ବାଂଲାଦେଶ ଛାଡ଼ି ଭାରତରେ ସପିଂ କଲେ ଶେଖ ହସିନା , ହେଲେ ନିଅଣ୍ଟ ପଡିଗଲା ଟଙ୍କା ..

1 min read

 ବାଂଲାଦେଶରେ ସରକାର ବିରୋଧୀ ବିରୋଧ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ  ଶେଖ ହସିନା  । ଏବେ ଗାଜିଆବାଦର ହିଣ୍ଡନ ଏୟାରବେସରେ ରହୁଛନ୍ତି । ଏଠାରେ ତାଙ୍କୁ ସୁରକ୍ଷିତ ଘରେ ରଖାଯାଇଛି। ଯଦିଓ ବାଂଲାଦେଶ ଛାଡିବା ପୂର୍ବରୁ ଶେଖ ହସିନା ନିଜ ସହ ଅଧିକ କିଛି ଆଣିପାରିନଥିଲେ, ତଥାପି ସେ ତାଙ୍କ ସହ କିଛି ସୁଟକେସ ଏବଂ ବ୍ୟାଗ ଆଣିଛନ୍ତି। ତେବେ କିଛି ଜରୁରୀ ଜିନିଷ ହିଣ୍ଡନ ଏୟାରବେସରେ ଶେଖ ହସିନା କିଣିଛନ୍ତି। ସେ ଏଠାରେ ସପିଂ କରିଛନ୍ତି |

ସୂଚନାନୁସାରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗତକାଲି ହିଣ୍ଡନ ଏୟାରବେଶ ରେ ଥିବା ସପିଂ କମ୍ପ୍ଲେକ୍ସରୁ ତାଙ୍କ ଭଉଣୀ ତଥା ନିଜ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିଥିଲେ। ସେ ଏଠାରେ  ନିଜ ପାଇଁ ଏବଂ  ଭଉଣୀ ପାଇଁ ପୋଷାକ କିଣିଥିଲେ | ସୂଚନାରୁ ପ୍ରକାଶ ଯେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରାୟ ତିରିଶ ହଜାର  ଟଙ୍କା ମୂଲ୍ୟର ସପିଂ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ସେ ଏହି ପେମେଣ୍ଟକୁ ଭାରତୀୟ ମୁଦ୍ରାରେ କରିଥିଲେ, କିନ୍ତୁ ତାଙ୍କ ପାଖରେ ଟଙ୍କା କମ ପଡିଥିଲା । ଏହା ପରେ  ବାଂଲାଦେଶୀ ନୋଟ୍ ଦେଇଥିଲେ ଏବଂ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିଥିଲେ | ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ବାଂଲାଦେଶ ଛାଡିବାବେଳେ ଶେଖ ହସିନା 4 ଟି ସୁଟକେସ ଏବଂ ଦୁଇଟି ବ୍ୟାଗ ନେଇ ଆସିଥିଲେ , ଯେଉଁଥିରେ ଅତ୍ୟାବଶ୍ୟକ ସାମଗ୍ରୀ ରହିଥିଲା।

Advertisement

Leave a Reply

Your email address will not be published. Required fields are marked *