Pratidin TV

Odisha's Digital News Platform

(ଭିଡିଓ )ହରିଦ୍ୱାରରେ ଭୟଙ୍କର ଦୃଶ୍ୟ : କ୍ଲାଉଡ୍ ସେଲଫ୍ ଦେଖି ଆତଙ୍କିତ ଲୋକ …

1 min read

ଉତ୍ତରାଖଣ୍ଡ : ପ୍ରଚଣ୍ଡ ତାତିରୁ ମୌସୁମୀ ବର୍ଷା ପୃଥିବୀ ପୃଷ୍ଠକୁ ଶୀତଳ କରିଛି । କିନ୍ତୁ ଏହି ମୌସୁମୀ ବର୍ଷା ଅନେକ ସ୍ଥାନରେ ବରଦାନ ସାଜିଥିବା ବେଳେ ଅନେକ ଜାଗାରେ ପ୍ରଳୟ ଆଣିଛି । ପାହାଡିଆ ସ୍ଥାନରେ ଏହି ମୌସୁମୀ ବର୍ଷା ବନ୍ୟାର କରାଳ ରୂପ ଦେଖାଇଛି । ହିମାଚଳ ପ୍ରଦେଶ,କୁଲୁ ଇତ୍ୟାଦି ସ୍ଥାନରେ ଧନ ଜୀବନ ନଷ୍ଟ କରିଛି ମୌସୁମୀ ବର୍ଷା । ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଏହି ପ୍ରଳୟର ଏକ ରୂପ ଦେଖିବାକୁ ମିଳିଛି । ନିକଟରେ ଉତ୍ତରାଖଣ୍ଡରୁ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାର ଦୃଶ୍ୟ ଦର୍ଶକଙ୍କ ହୃଦୟକୁ ଥରାଇଛି ।

ହରିଦ୍ୱାରରୁ ଆସିଥିବା ଏଇ ଭିଡିଓରେ ଆକାଶରୁ ବାଦଲ ଗୁଡିକ ଖସୁଥିବାର ଦେଖାଯାଇଛି । ଯାହା ଦ୍ୱାରା ରାସ୍ତାରେ ଯାଉଥିବା ଲୋକ ସେଠାରୁ ଭୟଭିତ ହୋଇ ଗାଡି ବୁଲାଇ ଫେରିବାକୁ ଲାଗିଛନ୍ତି । ପାଣିପାଗ ବିଭାଗ ପକ୍ଷରୁ ଉତ୍ତରାଖଣ୍ଡରେ ମଧ୍ୟ ବର୍ଷାକୁ ନେଇ ହାଇଆର୍ଲଟ ଜାରିକରାଯାଇଥିଲା ।

Advertisement

ତେବେ ହରିଦ୍ୱାରରେ ଘଟିଥିବା ଏଭଳି ଘଟଣା କେଉଁଥିପାଇଁ ଘଟିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବେ ଜଣାପଡିନାହିଁ । ଆକାଶରୁ ହଠାତ୍ ଏଭଳି ବାଦଲ୍ ବର୍ଷିବା ସମସ୍ତଙ୍କୁ ଅବାକ୍ କରିଦେଇଥିଲା । ମଝି ରାସ୍ତାରେ ଗାଡି ଥୋଇ କିଏ କୁଆଡେ ଜୀବନ ବିକଳେ ଦୈଡିଥିଲେ । ଆଉ କେହି କେହି ଭୟରେ ଚିଲାଇଥିଲେ । ଯାହାର ଦୃଶ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *