Pratidin TV

Odisha's Digital News Platform

ସ୍କୁଲରେ ନିମ୍ନମାନର 5T କାର୍ଯ୍ୟ ପାଇଁ ଗେଟରେ ତାଲା ଝୁଲାଇଲେ SHG ମହିଳା …

କେନ୍ଦୁଝର : ସ୍କୁଲ ରୂପାନ୍ତିକରଣ ନିଶାରେ ପ୍ରଶାସନ ଭୁଲିଯାଉଛି କାମର ମାନକୁ। ଖାଲି ଏତିକି ନୁହଁ ଅନ୍ୟ ଭିତ୍ତିଭୂମି ନ ଥାଇ ବାହା ବାହା ନେବାକୁ କରିଚାଲିଛନ୍ତି ରୁପାନ୍ତରିତ କାମ । ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଏଥିପ୍ରତି ପ୍ରଶାସନର ତିଳେ ମାତ୍ରେ ନିଘା ନାହିଁ । ବିଡ଼ିଓଙ୍କ ଠାରୁ ଅ।ରମ୍ଭ କରି ଜିଲାପାଳଙ୍କ ପର୍ଯନ୍ତ ଗୁହାରି କରି କରି କୌଣସି ସୁଫଳ ନ ପାଇବାରୁ ବାଧ୍ୟ ହୋଇ ସ୍କୁଲରେ ପକେଇଲେ ତାଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିଚନ୍ଦନପୁର ବ୍ଲକ ତାନ୍ତଳାପଶି ପଞ୍ଚୟତର ଧନୁର୍ଯ୍ୟପୁର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ।

ସ୍କୁଲ କାନ୍ଥ

ଏହି ସ୍କୁଲରେ ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ପାଖାପାଖି ୧୮୦ ଛାତ୍ର ଛାତ୍ରୀ । ସ୍କୁଲକୁ ଭଲ ରାସ୍ତା ଖଣ୍ଡେ ନାହିଁ । ଖାଲି ଏତିକି ନୁହଁ । ସ୍କୁଲରେ ପିଇବା ପାଣି ସମସ୍ୟା ଲାଗିରହିଥିବା ବେଳେ ଛାତରୁ ଓ କାନ୍ଥରୁ ପାଣି ଖସି କ୍ଲାସରୁମରେ ବସି ପାରୁନାହାନ୍ତି ଛାତ୍ର ଛାତ୍ରୀ । ଏ ପଟେ କାନ୍ଥ ଫାଟିଆଁ କରିଛି । ତଳ ପ୍ଲାଷ୍ଟର କଥା ନ କହିବା ଭଲ , ଏତେ ମଝବୁତ କାମ ଯେ ହାତ ମାରିଦେଲେ ଉଠି ଯାଉଛି ପ୍ଲାଷ୍ଟର ।

ଏହିଭଳି ଅନେକ ସମସ୍ୟା ନେଇ ପ୍ରସାଶନର ଦୃଷ୍ଟି ଆକର୍ଷଣ କରେଇଥିଲେ ସୁଦ୍ଧା କୋଣସି ସୁଫଳ ନ ପାଇବାରୁ ବାଧ୍ୟ ହୋଇ ଗ୍ରାମ ବାସି ସ୍କୁଲରେ ତାଲା ପକାଇଥିବା ସ୍କୁଲ କମିଟି ସଭାପତି କରିଛନ୍ତି । ଏପଟେ ସବୁ ସମସ୍ୟା ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଛି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି । ଏ ନେଇ ଆମେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କିଛି ଉତ୍ତର ଦେଇନଥିଲେ ।

Leave a Reply

Your email address will not be published. Required fields are marked *