Pratidin TV

Odisha's Digital News Platform

ମଧ୍ୟାହ୍ନଭୋଜନ ଫିଙ୍ଗିଥିଲେ SHG ମହିଳା , ନିଆଯିବ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଖାଦ୍ୟ କମିଶନର ।

ବାଲେଶ୍ଵର ; ମଧ୍ୟାହ୍ନ ଭୋଜନ ଫିଙ୍ଗା ଯିବା ଘଟଣାର ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ କମିଶନର । ସୂଚନା ଅନୁଯାୟୀ ବାଲେଶ୍ଵର ଶ୍ରୀଜଙ୍ଗ ମହାପାତ୍ର ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ପିଲାଙ୍କୁ ଦେବା ପରିବର୍ତ୍ତେ ଫିଙ୍ଗିଦେବା ଘଟଣାର ଖାଦ୍ୟ କମିସନର ତଦନ୍ତ ଆରମ୍ଭ କରିଛନ୍ତି ।

ଗତ ଶୁକ୍ରବାର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ଖାଦ୍ୟ ପରିବେଷଣ କରାଯାଇଥିବାର ଅଭିଯୋଗ ପିଲାମାନେ କରିବାରୁ ଖାଦ୍ୟ ପ୍ରସ୍ତୁତି ଦାୟିତ୍ବରେ ଥିବା ଏସଏସଜି ମହିଳା ଖାଦ୍ୟ ସାମଗ୍ରୀ ଫିଙ୍ଗି ଦେଇଥିଲେ। ବିଦ୍ୟାଳୟରେ ଉତ୍ତେଜନା ଦେଖାଯାଇଥିଲା। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବିଦ୍ୟାଳୟ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘଟଣାବାବଦରେ ପଚାରି ବୁଝିଛନ୍ତି ଖାଦ୍ୟ କମିଶନର। ଏସଏମସି ସଭାପତି ଓ ସଦସ୍ୟ ମାନଙ୍କୁ ଡାକି ଘଟଣା ବାବଦରେ ପଚାରି ବୁଝିବାସହ ବିଦ୍ୟାଳୟର ପିଲାମାନଙ୍କ ସହ ମଧ୍ୟ ଖାଦ୍ୟ ବାବଦରେ ପଚାରି ବୁଝିଛନ୍ତି।

ଅଭିଭାବକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି କମିଶନର । ସାଥିରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପରେ ଖାଦ୍ୟ କମିଶନର ଏ ବାବଦରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ପିଲାମାନଙ୍କୁ ଠିକ ଭାବରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ଖାଦ୍ୟ ପୋଫାଡିବା ଠିକ ନଥିଲା। ତଦନ୍ତ ପରେ ଏହି ଘଟଣାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଖାଦ୍ୟ କମିଶନର।

Leave a Reply

Your email address will not be published. Required fields are marked *