Pratidin TV

Odisha's Digital News Platform

ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଶିଗେରୁ ଇଶିବା …

1 min read

ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେଲେ ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା । ତାଙ୍କର  ତାଙ୍କ ପଞ୍ଚମ ପ୍ରୟାସରେ ସେ  ନିର୍ବାଚନ ଜିତି ଜାପାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଫୁମିଓ କିଶିଡ଼ାଙ୍କ ଉତ୍ତରାଧିକାରୀ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ। ଅକ୍ଟୋବର ପହିଲାରେ କିଶିଡ଼ା ଆନୁଷ୍ଠାନିକ ଭାବେ ଏହି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସିଗେରୁ ଇଶିବା ଜାପାନର ୧୦୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରିପୋର୍ଟ ଅନୁଯାୟୀ, ୬୭ ବର୍ଷୀୟ ଶିଗେରୁ ଇଶିବା କଠୋରବାଦୀ ଜାତୀୟତାବାଦୀ ସାନା ତାକାଇଚିଙ୍କୁ ପରାସ୍ତ କରି ଅପ୍ରତ୍ୟାଶିତ ଭାବେ ବିଜୟୀ ହୋଇଛନ୍ତି।

ଶୁକ୍ରବାର ଜାପାନର ଶାସକ ଦଳ ଲିବରାଲ ଡେମୋକ୍ରାଟିକ୍‌ (ଏଲ୍‌ଡିପି) ଏବଂ ଇଶିବା ଦେଶର ନେତୃତ୍ୱ ନେବାକୁ ମନୋନୀତ ହୋଇଥିଲେ। ସଂସଦର ନିମ୍ନ ଗୃହ ଉପରେ ଏଲ୍‌ଡିପିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି। ଜାପାନର ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂସଦର ନିମ୍ନ ଗୃହ ଅତ୍ୟନ୍ତ ଶକ୍ତିଶାଳୀ, ଏଭଳି ପରିସ୍ଥିତିରେ ଦଳ ଦ୍ୱାରା ମନୋନୀତ ନେତା ଦେଶର ପ୍ରଧାନମନ୍ତ୍ରୀ ହେବେ।

Advertisement

Leave a Reply

Your email address will not be published. Required fields are marked *