Pratidin TV

Odisha's Digital News Platform

ପୁଣି ଟ୍ରୋଲ୍ ହେଲେ ରାଜ କୁନ୍ଦ୍ରା : ଝିଅର ପାଦ ଧୋଇ ଆରତୀ କରୁଥିବା ଫଟୋ ଭାଇରାଲ୍

1 min read

ନୂଆଦିଲ୍ଲୀ : ପାଖାପାଖି ବର୍ଷେ ହେବ ରାଜକୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ବିବାଦକୁ ନେଇ କୌଣସି ଗଣମାଧ୍ୟମ କିମ୍ବା କ୍ୟାମେରା ସାମ୍ନାକୁ ଆସୁନଥିଲେ । ଯଦିଓ ଘରୁ ବାହାରୁଥିଲେ ତେବେ ଏକ ମାସ୍କରେ ନିଜ ମୁହଁକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ବାହରକୁ ଆସୁଥିଲେ ।
ତେବେ ଆଜି ଦୀର୍ଘ ୧ ବର୍ଷ ପରେ ସୋସିଆଲ ମିଡିଆ ନଜର ଆସିଛନ୍ତି ସେ । ପ୍ରତ୍ୟକ ବର୍ଷ ନିଜଘରେ ଶିଳ୍ପା ସେଠୀ ଖୁବ୍ ଧୁମ୍ ଧାମରେ ନବରାତ୍ର ପାଳନ କରନ୍ତି । ଏବର୍ଷ ମଧ୍ୟ ସ୍ୱାମୀ ରାଜ୍ କୁନ୍ଦ୍ରା ଏବଂ ଝିଅ ସମୀଶା ସହ ମିସି ବଡ ଆଡମ୍ବରସହକାରେ ପାଳନ କରିଛନ୍ତି ନବରାତ୍ର ।

ତେବେ ଭାଇରାଲ ହେଉଥିବା ଭିଡିଓରେ ଶିଳ୍ପା ନିଜ ଘରେ ୯ ଜଣ ଝିଅଙ୍କୁ ଡାକି ବସ୍ତ୍ର ଦାନ କରିବା ସହ ସେମାନଙ୍କୁ ମାଁଙ୍କ ସୂରୂପ ମାନି ନବରାତ୍ର ପୂଜା ବିଧି କରିଥିଲେ । ପ୍ରଥମେ ସେ ସମସ୍ତ କୁନି କୁନି ଝିଅମାନଙ୍କ ଗୋଡ ଧୋଇଦେଇଥିଲେ । ଏହାପରେ ସେମାନଙ୍କୁ ଅଳତା ,ଚନ୍ଧନ,ସିନ୍ଦୁର ,ଫୁଲ ଦେଇ ବନ୍ଦାଇଥିଲେ । ବିଧି ପୂର୍ବକ ସେମାନଙ୍କୁ ଅନେକ ପ୍ରକାରର ଖାଦ୍ୟ ମଧ୍ୟ ଖୁଆଇଥିଲେ । ଠିକ୍ ଏହି ସମୟରେ ଅନ୍ୟପଟେ ସ୍ୱାମୀ ରାଜକୁନ୍ଦ୍ରା ମଧ୍ୟ ନିଜ ଝିଅ ସମୀଶାର ପୂଜା କରୁଥିବାର ନଜର ଆସିଥିଲେ । ଝିଅ ସମୀଶା ଏକ ଚ୍ୟାୟାର ଉପରେ ବସି ଏହି ପୂଜାର ମଜାନେଉଥିବାର ମଧ୍ୟ ନଜର ଆସିଥିଲେ । ତେବେ ଶିଳ୍ପାଙ୍କ ପରି ରାଜମଧ୍ୟ ସମସ୍ତ ପୂଜା ବିଧିପୂର୍ବକ ସମ୍ପର୍ଣ୍ଣ କରିଥିଲେ । ଏସବୁ ସମୟର ଫଟୋ ଏବଂ ଭିଡିଓ ଶିଳ୍ପା ନିଜ ସୋସିଆଲ ମିଡିଆରେ ସେୟାର କରିବାପରେ ଅନେକ ପ୍ରଶଂସକ ରାକକୁନ୍ଦ୍ରାଙ୍କୁ ପ୍ରଶଂସା କରୁଥିବା ବେଳେ ଅନେକ ୟୁଜର୍ସମାନେ କମେଣ୍ଟବକ୍ସରେ ମଜାକ ମଧ୍ୟ ଉଡାଇଥିଲେ ।

Advertisement

ତେବେ ୨୦୨୧ ମସିହା ଜୁଲାଇ ୧୯ ତାରିଖରେ ରାଜକୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ବନେଇବାକୁ ନେଇ ଜେଲ ଯାଇଥିଲେ । ଏହି ଘଟଣାର କିଛି ଦିନ ମଧ୍ୟରେ ତାଙ୍କୁ ବେଲ ମଧ୍ୟ ମିଳିଯାଇଥିଲା । ହେଲେ ଏହି ଘଟଣାଟି ଅନେକ ଦିନ ଧରି ସୋସିଆଲ ମିଡିଆରେ ଆକ୍ଟିଭ ଥିଲା । ଯାହାଫଳରେ ରାଜକୁନ୍ଦ୍ରା ଏଭଳି କିଛି ଟ୍ରୋଲର ଶିକାର ହୋଇଛନ୍ତି ।କିଛିଲୋକ କମେଣ୍ଟ ବକ୍ସ ରେ କହିଚନ୍ତି ଯେ , ଖୁବ୍ ସୁନ୍ଦର ନିଜ ଝିଅ ଭଳି ବାହର ଝିଅ ମାନଙ୍କୁ ମଧ୍ୟ ସମ୍ମାନ ଦିଅ । ଆଉ ଜଣେ ଲେଖିଛନ୍ତି ଆରେ ଫେସସିଲ୍ଡ କୁଆତେ ଗଲା , ଆଜି ମୁହଁ କଣ ଦେଖାଦେଲାଣି । ସବୁ ପାପ ଧୋଇଯିବ ଏମିତି ଅନେକ ଟ୍ରୋଲର ସମ୍ନା କରିବାକୁ ପଡିଛି ରାଜକୁନ୍ଦ୍ରାଙ୍କୁ ।

Leave a Reply

Your email address will not be published. Required fields are marked *