Pratidin TV

Odisha's Digital News Platform

ସ୍ୱାମୀଙ୍କ ଠାରୁ ଅଲଗା ହୋଇପାରନ୍ତି ଶିଳ୍ପା…

1 min read

ବଲିଉଡ ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ଓ ରାଜକୁନ୍ଦ୍ରାଙ୍କ ସମ୍ପର୍କରେ ଫାଟ । ସ୍ୱାମୀଙ୍କ ଠାରୁ ଅଲଗା ହୋଇପାରନ୍ତି ଶିଳ୍ପା । ରାଜ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟ ଜରିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି । ସେ ଲେଖିଛନ୍ତି ଯେ ଆମେ ଅଲଗା ହୋଇଯାଇଛୁ । ଦୟାକରି ଏହି କଠିନ ସମୟ ମଧ୍ୟରେ ଆମକୁ ସମୟ ଦେବା ପାଇଁ ଆପଣଙ୍କୁ ଅନୁରୋଧ କରୁଛୁ । କିନ୍ତୁ ଏଥିରେ ଅଭିନେତ୍ରୀ ଶିଳ୍ପାଙ୍କ ନା ଉଲ୍ଲେଖ ହୋଇ ନାହିଁ । ଏପରି ପୋଷ୍ଟ ପରେ ଦୁହିଁଙ୍କର ଛାଡପତ୍ର ହେବା ନେଇ କିଛି ଦର୍ଶକ ଦାବି କରିଥିବା ବେଳେ ଆଉ କିଛି ପ୍ରଶଂସକ ଏହାକୁ ପ୍ରମୋସନାଲ ଜିମିକ ବୋଲି କହିଛନ୍ତିି । ଅପରପକ୍ଷେ ରାଜକୁନ୍ଦ୍ରା ନିଜର ଡେବ୍ୟୁ ଫିଲ୍ମ ୟୁଟି୬୯ ପାଇଁ ପ୍ରସ୍ତୁତ ହେଉଛନ୍ତି । ଯାହାର ଟ୍ରେଲର ଅକ୍ଟୋବର ୧୮ରେ ରିଲିଜ ହୋଇଛି । ଟ୍ରେଲର ରିଲିଜ ଇଭେଣ୍ଟରେ ରାଜ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା । କାରଣ ୨୦୨୧ରେ ଆଡଲ୍ଟ ଫିଲ୍ମ ସ୍କାଣ୍ଡାଲ ମାମଲାରେ ରାଜ ଜେଲ ଯାଇଥିଲେ । ଏବଂ ଜେଲରୁ ବାହାରିବା ପରେ ସେ ନିଜ ମୁହଁରେ ମାକ୍ସ ପିନ୍ଧି ଲୁଚାଇବାକୁ ଚେଷ୍ଟା କରୁଥିଲେ । ଆଉ ସେତେବେଳେ ତାଙ୍କ ପରିବାରକୁ ଟାର୍ଗେଟ କରୁଥିବା ଟ୍ରୋଲ ଏବଂ ଜେଲରେ ବିତିଥିବା ଦିନ ଗୁଡିକ ବର୍ତ୍ତମାନ କାହଣୀ ମାଧ୍ୟମରେ ରାଜ ତାକୁ ଫିଲ୍ମରେ ରୂପ ଦେଇଛନ୍ତି । କାରଣ ଅନ୍ୟ କୈାଣସି ଜିନିଷ ଅପେକ୍ଷା ରାଜଙ୍କ ପରିବାର ପାଇଁ ଅଧିକ ଯନ୍ତ୍ରଣାଦାୟକ ଥିଲା ବୋଲି ସେ କହିଥିଲେ । ତେବେ ନିଜ ପତ୍ନୀ ଓ ପିଲାଙ୍କ ପାଇଁ ମାନସିକ ଯନ୍ତ୍ରଣା ପାଇଥିବା ରାଜକୁନ୍ଦ୍ରାଙ୍କର ଏପରି ପୋଷ୍ଟ ସମସ୍ତଙ୍କୁ ଚକିତ କରିଛି।

Advertisement

Leave a Reply

Your email address will not be published. Required fields are marked *