Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ଖାଇକୁ ଖସିଲା ଗାଡି,ଚାଲିଗଲା ୬ ଶ୍ରମିକଙ୍କ ଜୀବନ…

1 min read

ଭାରସାମ୍ୟ ହରାଇ ଖାଇକୁ ଖସିଲା ଗାଡି । ଚାଲିଗଲା ୬ ଶ୍ରମିକଙ୍କ ଜୀବନ । ହିମାଚଳ ପ୍ରଦେଶ ଶିମଲାର ସଟେ ସୁନ୍ନି ଥାନା ଅଞ୍ଚଳରେ ସୋମବାର ସକାଳେ ଶିମଲାର ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଦୁର୍ଘଟଣାରେ ଆହତମାନଙ୍କୁ ସୁନ୍ନି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ସୂଚନା ମୁତାବକ ପିକଅପ ଭ୍ୟାନରେ ଡ୍ରାଇଭର ସମେତ ୧୨ଜଣ ଶ୍ରମିକ ସୁନ୍ନିରୁ ମଣ୍ଡି ଯାଉଥିଲେ । ସକାଳ ୭ଟାରେ କରାଡଘାଟ ଅଞ୍ଚଳରେ ସେମାନଙ୍କ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିଲା । ଶିମଲା ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା

Advertisement

Leave a Reply

Your email address will not be published. Required fields are marked *