Pratidin TV

Odisha's Digital News Platform

ବାଂଲାଦେଶ ବିପକ୍ଷ ଟି-୨୦ରୁ ଶିବମ ଦୁବେ ଆଉଟ , କିଏ ନେଲେ ତାଙ୍କ ସ୍ଥାନ …

1 min read

ବାଲଂଦେଶ ବିପକ୍ଷ ଟି ୨୦ ରେ ଭାରତକୁ ବଡ ଝଟ୍‌କା । ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ।ହେଲେ ଏହା ପୂର୍ବରୁ ଗ୍ୱାଲିୟରରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ମ୍ୟାଚ୍ ଆୟୋଜକ ଦଳକୁ ବଡ଼ ଝଟକା। ତେବେ ଦଳର ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି। ଯାହାକୁ ନେଇ ଏବେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଚର୍ଚ୍ଚା ବଢିଛି ।

ଅନ୍ୟପଟେ କିନ୍ତୁ ବିସିସିଆଇ ଏ ଖବରକୁ ନେଇ ସୂଚନା ଦେଇଛି । ବିସିସିଆଇ କହିଛି ଯେ ବ୍ୟାକ ଇଞ୍ଜୁରୀ ବା ପିଠିରେ ଯନ୍ତ୍ରଣା ଯୋଗୁ ଦୁବେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି। ସେହିପରି କ୍ରିକେଟ ବୋର୍ଡ ପକ୍ଷରୁ ତାଙ୍କ ବଦଳ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ତିଲକ ବର୍ମା ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଦୁବେଙ୍କ ସ୍ଥାନ ନେବେ।

Advertisement

ଭାରତୀୟ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ କିପର), ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂହ, ହର୍ଷିତ ରାଣା, ମୟଙ୍କ ଯାଦବ ଓ ତିଲକ ବର୍ମା।

Leave a Reply

Your email address will not be published. Required fields are marked *