Pratidin TV

Odisha's Digital News Platform

ନାରୀ ନୁହେଁ ସେ ନାରାୟଣୀ , ଆଶାକର୍ମୀ ଶିବାନୀ ବୃଦ୍ଧାମାନଙ୍କୁ କାନ୍ଧରେ ବୋହି ପହଞ୍ଚାଇଲେ ସୁରକ୍ଷିତ ସ୍ଥାନକୁ ।

1 min read

କେନ୍ଦ୍ରାପଡା ; ସତରେ ନାରୀ ତାର କେତେ ରୂପ । କେତେବେଳେ ସେ ଅବଳା ଦୁର୍ବଳା ତ ପୁଣି କେବେ ଶକ୍ତିଶାଳୀ ଦୁର୍ଗତୀନାଶିନୀ ଦୁର୍ଗା ବନିଯାଏ । ହଁ ଆଜ୍ଞା ଆମେ ନାରୀର ରୂପରେ ଜଣେ ନାରାୟଣୀ କଥା କହୁଛି । ଯେ ବାତ୍ୟାକୁ ଖାତିର ନକରି ନିଜ କାନ୍ଧରେ ଆଶ୍ରୟ ସ୍ଥଳକୁ ବୋହିନେଇଥିଲେ ଅନେକ ବୃଦ୍ଧାଙ୍କୁ ।

ଏହି ଆଶାକର୍ମୀ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଶିବାନୀ ମଣ୍ଡଳ। ଗତକାଲି ଦିନ ସମୟରେ ବାତ୍ୟା ‘ଦାନା’ର ପ୍ରକୋପରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ସହ ଖୁବ୍ ଜୋରରେ ପବନ ବହିଥିଲା। ଏହି ସମୟରେ ଗ୍ରାମର ଜଣେ ମହିଳା କଚା ଘରେ ରହି ଯାଇଥିବା ବେଳେ ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚି ପାରି ନ ଥିଲେ। ଏହି ଖବର ପାଇ ତତ୍କ୍ଷଣାତ ତାଙ୍କ ନିକଟରେ ପହଞ୍ଚିଥିଲେ ଶିବାନୀ। ଆଖପାଖରେ ଗାଡ଼ି ନ ଥିବାରୁ ଶିବାନୀ କାଦୁଅ ପଚ ପଚ ରାସ୍ତାରେ ତାଙ୍କୁ କାନ୍ଧରେ ପକାଇ ବୋହି ଆଣିଥିଲେ। ଏପରି ଭାବେ ପ୍ରାୟ ୧ କିମି ବୋହିବା ପରେ ସେ ତାଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚାଇଥିଲେ।

Advertisement

କେବଳ ଏହି ଜଣେ ବୃଦ୍ଧା ନୁହଁ ବରଂ ଏପରି ଆହୁରି ୬ ଜଣଙ୍କୁ ସେ ଆଶ୍ରୟ ସ୍ଥଳରେ ପହଞ୍ଚାଇଥିଲେ । ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶିବାନୀଙ୍କୁ ସାବାସୀ ଜଣାଇ ପ୍ରଶଂସାରେ ପୋତି ପକାଇଛନ୍ତି।

Leave a Reply

Your email address will not be published. Required fields are marked *