ଭାରତୀୟ ଖେଳାଳିଙ୍କୁ ପାକିସ୍ତାନର ଅନୁରୋଧ , ଆମେ ବହୁତ ଭଲ , ଦୟାକରି ପାକିସ୍ତାନ ଖେଳିବାକୁ ଆସ ..
1 min readପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜିତ ହେବ ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ। କିନ୍ତୁ ଟିମ ଇଣ୍ଡିଆ କୌଣସି ମୂଲ୍ୟରେ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ନୁହେଁ। ଏନେଇ ସମସ୍ତ ପାକିସ୍ତାନୀ କ୍ରିକେଟର ନିଜର ମତ ରଖିଛନ୍ତି। କେହି କେହି କହିଛନ୍ତି ଯେ ଆମେ ଭାରତ ବିନା ଚାମ୍ପିଅନ୍ସ ଟ୍ରଫି ଖେଳିବୁ। କିନ୍ତୁ ବର୍ତ୍ତମାନ ଶୋଏବ ମଲିକ ଚାମ୍ପିଅନ୍ସ ଟ୍ରଫି ବିଷୟରେ ଏକ ନିଆରା ବିବୃତ୍ତି ଦେଇଛନ୍ତି। ସେ ପାକିସ୍ତାନ ଆସିବାକୁ ଭାରତୀୟ ଦଳ ଅନୁରୋଧ କରିଛନ୍ତି।
ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲ୍ଲିକ ଭାରତକୁ ଅନୁରୋଧ କରି କହିଛନ୍ତି, ଆମେ ବହୁତ ଭଲ ଲୋକ। ଦୟାକରି ଆମ ଦେଶକୁ ଖେଳିବାକୁ ଆସନ୍ତୁ। ଆମେ ଆତିଥ୍ୟତାରେ କୌଣସି ହେଳା କରିବୁ ନାହିଁ। ସେ ଆହୁରି କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ରାଜନୈତିକ ବିବାଦ ପୃଥକ ଭାବେ ସମାଧାନ ହେବା ଉଚିତ। କ୍ରୀଡ଼ାକୁ ଏଭଳି ପ୍ରସଙ୍ଗରୁ ବାଦ୍ ଦେବା ଦରକାର। ସୂଚନାଯୋଗ୍ୟ ଯେ, ୨୦୨୩ରେ ପାକିସ୍ତାନ ମଧ୍ୟ ଏସିଆ କପ ଆୟୋଜନ କରିବାର ସୁଯୋଗ ପାଇଥିଲା, କିନ୍ତୁ ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରି ନାହିଁ। ଏସିଆ କପରେ ଭାରତୀୟ ଦଳ ହାଇବ୍ରିଡ ମଡେଲ ଅଧୀନରେ ଶ୍ରୀଲଙ୍କାରେ ମ୍ୟାଚ ଖେଳିଥିଲା