Pratidin TV

Odisha's Digital News Platform

ସୁନା ଗ୍ରାହକଙ୍କୁ ଝଟକା , ଲକ୍ଷେ ଟପିବ ସୁନା ଦର ..

1 min read

ଏବେ ବିଶ୍ୱ ବଜାରରେ ଆକାଶ ଛୁଆଁ ସୁନା ଦର । ଆନ୍ତର୍ଜାତୀୟ ବଜାର ସହ ଘରୋଇ ବଜାରରେ ମଧ୍ୟ ସୁନା ଦାମ୍‌ ରେକର୍ଡ ଭାଙ୍ଗୁଛି । ଗତ ସପ୍ତାହରେ ୨୬ ସେପ୍ଟେମ୍ବରରେ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍‌ ୨୬୮୫.୪୨ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଛି । ଘରୋଇ ବଜାରରେ ଏମସିଏକ୍ସରେ ସୁନା ଦାମ୍‌ ପ୍ରତି ୧୦ ଗ୍ରାମ୍‌ ୭୫,୭୫୦ ଟଙ୍କା ରହିଛି ।

ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍‌ରେ ଏଯାଏଁ ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି । ଲଗାତାର ସୁନା ଦାମ୍‌ ବୃଦ୍ଧି ପାଉଥିବା ହେତୁ ଆଗାମୀ ଦିନରେ ସୁନା ଦାମ୍‌ ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଗତ ଏକ ସପ୍ତାହରେ ସୁନା ଦାମ୍‌ ୧,୫୪୭ ଟଙ୍କା ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ୨୧ ସେପ୍ଟେମ୍ବରରେ ସୁନା ଦାମ୍‌ ୭୪,୦୯୩ ଟଙ୍କା ୧୦ ଗ୍ରାମ୍‌ ପ୍ରତି ଥିଲା । ଯାହା ୨୮ ସେପ୍ଟେମ୍ବରରେ ୭୫,୬୪୦ ଟଙ୍କା ୧୦ ଗ୍ରାମ୍‌ ପ୍ରତି ପହଞ୍ଚିଛି ।ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଏଯାଏଁ ସୁନା ଦାମ୍‌ ପ୍ରାୟ ୧୨,୨୮୮ ଟଙ୍କା ମହଙ୍ଗା ହୋଇଛି । ୧ ଜାନୁଆରୀ ୨୦୨୪ରେ ସୁନା ୬୩,୩୫୨ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୭୫,୬୪୦ ଟଙ୍କା ୧୦ ଗ୍ରାମ ପ୍ରତି ପହଞ୍ଚିଛି ।

Advertisement

 ଗତ କିଛି ମାସରେ ସାରା ଦୁନିଆର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ସୁନା ଲଗାତାର କିଣାଯାଉଛି । ଏହା ବ୍ୟତୀତ ଯୁଦ୍ଧର ପରିସ୍ଥିତି, ଇସ୍ରାଏଲ ଓ ଲେବାନନ ମଧ୍ୟରେ ବୃଦ୍ଧି ପାଉଥିବା ମତଭେଦ ଓ ଅସ୍ଥିରତା କାରଣରୁ ମଧ୍ୟ ସୁନା ଦାମ୍‌ ବୃଦ୍ଧି ପାଉଛି । ବିଶେଷଜ୍ଞଙ୍କ ମତାନୁସାରେ ଆଗାମୀ ଦିନରେ ଆହୁରି ସୁନା ଦର ବଢି ପାରେ । ଏହା ପ୍ରାୟ ୧୦ ଗ୍ରାମ ପ୍ରତି ୧ ଲକ୍ଷ ଟଙ୍କାରେ ପହଞ୍ଚିଯିବ ବୋଲି ଆକଳନ ହୋଇଛି । ଡଲାର ମୂଲ୍ୟରେ ବଡ ଧରଣର ପରିବର୍ତ୍ତନ ନଆସିବା କିମ୍ବା ଯୁଦ୍ଧ ରାଜନୀତି ନବଦଳିବା ଯାଏଁ ସୁନା ଦର ଖସିବାର ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି

Leave a Reply

Your email address will not be published. Required fields are marked *