ଝଟକା ଦେଲା ଜିଓ ମହଙ୍ଗା ହେଲା ମୋବାଇଲ ରିଚାର୍ଜ,ଜୁଲାଇ ୩ ରୁ ହେବ ଲାଗୁ
1 min readଜିଓ ଗ୍ରାହକଙ୍କ ଝଟକା | ଅନଲିମିଟେଡ ଓ ପୋଷ୍ଟପେଡ ପ୍ଲାନର ଦାମ ବଢ଼ାଇଲା ରିଲିଆନ୍ସ ଜିଓ । ଆଜି କମ୍ପାନୀ ପକ୍ଷରୁ ବିଭିନ୍ନ ରିଚାର୍ଜ ପ୍ଲାନର ଦାମକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଜିଓ ଟାରିଫ ବୃଦ୍ଧି କରିବ ବୋଲି ଘୋଷଣା କରିଛି | ଏହି ନୂଆ ଦର ଜୁଲାଇ ୩ ତାରିଖରୁ ଲାଗୁ ହେବାକୁ ଯାଉଛି ।
ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ଜିଓ ନିଜର ଏକାଧିକ ପୁରୁଣା ପ୍ଲାନକୁ ରିଭାଇଜ୍ କରିବା ସହ ନୂଆ ଅନଲିମିଟେଡ ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନ ଆଣିଛି । ୩ ଜୁଲାଇରୁ ୟୁଜର୍ସ ଏହି ନୂଆ ପ୍ଲାନ ମାଧ୍ୟମରେ ନିଜ ନମ୍ବର ରିଚାର୍ଜ କରିବାକୁ ପଡ଼ିବ ।
ତେବେ ଏବେ ଏହି ସବୁ ପ୍ଲାନରେ ଏତିକି ରିଚାର୍ଜ କରିବାକୁ ପଡିବ :
ପୂର୍ବରୁ ଜିଓର ୨୮ ଦିନିଆ ପ୍ଲାନରେ ୧୫୫, ୨୦୯, ୨୩୯, ୨୯୯, ୩୪୯ ଓ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡୁଥିଲା । ନୂଆ ପ୍ଲାନରେ ଏବେ ୧୮୯, ୨୪୯, ୨୯୯, ୩୪୯, ୩୯୯ ଓ ୪୯୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ । ଅର୍ଥାତ ଆପଣ ଯଦି ୧୫୫ ଟଙ୍କାର ରିଚାର୍ଜ କରୁଥିଲେ ଏବେ ନୂଆ ପ୍ଲାନ ହିସାବରେ ୧୮୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ ।
ସେହିପରି ପୂର୍ବରୁ ୫୬ ଦିନିଆ ପ୍ଲାନ ପାଇଁ ୪୭୯ ଓ ୫୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୫୭୯ ଓ ୬୨୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ତିନି ମାସିଆ (୮୪) ଦିନିଆ ପ୍ଲାନରେ ପୂର୍ବରୁ ୩୯୩, ୬୬୬, ୭୧୯ ଓ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ହେଲେ ଏବେ ୪୭୯, ୭୯୯, ୮୫୯ ଓ ୧୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ପୂର୍ବରୁ ୩୩୬ ଦିନ ବର୍ଷିକିଆ ପ୍ଲାନରେ ୧୫୫୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୧୮୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ୩୬୫ ଦିନ ପ୍ଲାନ୍ ପାଇଁ ପୂର୍ବରୁ ୨୯୯୯ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୩୫୯୯ ଟଙ୍କା ଦେବାକୁ ପଡିବ ।
ସେହି ଡାଟା ଆଡ଼ ଅନ ପ୍ଲାନରେ ମଧ୍ୟ ଦାମ ବଢିଛି । ପୂର୍ବରୁ ୟୁଜର୍ସଙ୍କୁ ୧୫, ୨୫ ଓ ୬୧ ଟଙ୍କାରେ ଦୈନିକ ଯଥାକ୍ରମେ 1GB, 2GB ଓ 6GB ଡାଟା ପାଉଥିଲେ । ହେଲେ ଏବେ ଏହି ଡାଟା ପାଇଁ ସେମାନଙ୍କୁ ଯଥାକ୍ରମେ ୧୯, ୨୯ ଓ ୬୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ଏହାସହ ପୋଷ୍ଟପେଡ଼ ପ୍ଲାନ ମଧ୍ୟ ଦାମ ବଢିଛି | ୨୯୯ ଓ ୩୯୯ ଟଙ୍କା ବାଲା ପ୍ଲାନକୁ ବଢ଼ାଇ ୩୪୯ ଓ ୪୪୯ ଟଙ୍କା କରିଦେଇଛି ଜିଓ ।