Pratidin TV

Odisha's Digital News Platform

ଭ୍ଲାଦିମିର ପୁଟିନଙ୍କ ସହ ମୁହାଁମୁହିଁ ହେଲା ଏଆଇ ପୁଟିନ, ଏଆଇ ବିପଦ ବିଷୟରେ ପଚାରିଲା ପ୍ରଶ୍ନ…

1 min read

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମୁହାଁମୁହିଁ ହେଲା ଏଆଇ ପୁଟିନ । ଗୁରୁବାର ସର୍ବସାଧାରଣଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିର୍ମ ପୁଟିନ୍‌ଙ୍କୁ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍‌’ (ଏଆଇ) ଓ ସେ ଜନିତ ବିପଦ ବିଷୟରେ ପଚରାଯାଇଥିବା ପ୍ରଶ୍ନର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ଦିନ ନିଜେ ଏଆଇ ଦ୍ୱାରା ନିର୍ମିତ ସଂସ୍କରଣ ସହିତ ମୁହାଁମୁହିଁ ହୋଇଥିଲେ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍‌’ଦ୍ୱାରା ନିର୍ମିତ ପୁଟିନଙ୍କ ପରି ଦେଖାଯାଉଥିବା ଆଉ ଜଣେ ପୁଟିନ ପ୍ରଶ୍ନ ପଚାରିଥିଲେ । ପ୍ରଶ୍ନୋତ୍ତର ଅଧିବେଶନରେ ପୁଟିନ୍‌ଙ୍କ ସମରୂପ ବିଶ୍ୱବିଦ୍ୟାଳୟ ଛାତ୍ର ଭାବେ ନିଜର ପରିଚୟ ଦେଇ ରୁଷୀୟ ରାଷ୍ଟ୍ରପତିଙ୍କୁ ନ୍ୟୁରାଲ୍ ନେଟ୍‌ୱାର୍କ ଏବଂ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍‌’ ପ୍ରତି ତାଙ୍କର ମନୋଭାବ ବିଷୟରେ ପଚାରିଥିଲେ । ଏଆଇ ପୁଟିନ ପ୍ରଥମେ କହିଥିଲେ ଯେ ନମସ୍କାର, ମୁଁ ସେଣ୍ଟ ପିଟର୍ସବର୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟର ଛାତ୍ର ଅଟେ । ମୁଁ ପଚାରିବାକୁ ଚାହେଁ, ତୁମର ବହୁତ ଦ୍ୱିଗୁଣ ଅଛି ଏହା ସତ କି? ଏହାଛଡା କୃତ୍ରିମ ବୁଦ୍ଧି ଏବଂ ସ୍ନାୟୁ ନେଟୱାର୍କ ଆମ ଜୀବନରେ ଆଣିଥିବା ବିପଦକୁ ଆପଣ କିପରି ଦେଖନ୍ତି? ଏହି ପ୍ରଶ୍ନକୁ ନେଇ ପୁଟିନ ଦ୍ୱନ୍ଦରେ ପଡିଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକ ହସିବାକୁ ଲାଗିଥିଲେ । ପରେ ପୁଟିନ କହିଥିଲେ ଯେ ମୁଁ ଦେଖୁଛି ତୁମେ ମୋ ଭଳି ହୋଇ ମୋ ସ୍ୱର ସହିତ କଥା ହୋଇପାରୁଛ । କିନ୍ତୁ ମୁଁ ଏହା ବିଷୟରେ ଚିନ୍ତା କରି ସ୍ଥିର କଲି ଯେ କେବଳ ଜଣେ ବ୍ୟକ୍ତି ମୋ ଭଳି ହେବା ଉଚିତ ଏବଂ ମୋ ସ୍ୱର ସହିତ କଥା ହେବା ଆବଶ୍ୟକ, ଏବଂ ତାହା ହେଉଛି ମୁ ନିଜେ ।

Advertisement

Leave a Reply

Your email address will not be published. Required fields are marked *