Pratidin TV

Odisha's Digital News Platform

‘ମତୋ କ୍ୟାନ୍ସର ହୋଇଛି’ ଲୋକଙ୍କୁ ଭୁଆଁ ବୁଲାଇ ଆଦାୟକ କଲେ ୨୫ ଲକ୍ଷ; ପଡିଗଲେ ଧରା ତାପରେ..

1 min read

କିଛି ଟଙ୍କା ପାଇଁ ଲୋକମାନେ କେତେ କଣ କରିଥାନ୍ତି । ଟଙ୍କା ରୋଜଗାର ପାଇଁ କିଏ ଭଲ ରାସ୍ତା ଆପଣାଇଥାନ୍ତି ତ ଆଉ ପୁଣି କିଛି ଲୋକ ଖରାପ ରାସ୍ତାକୁ ଚାଲି ଯାଇଥାନ୍ତି । ତେବେ ଆଜିକାଲି କୌଣସି ବଡ ସମସ୍ୟା ଆସିଲେ ସୋସିଆଲ ମିଡିଆ ମାଧ୍‌ୟରେ ଲୋକଙ୍କର ସାହାଯ୍ୟ ମଗାଯାଉଛି । ଏହାକୁ ଭଲ ରାସ୍ତାରେ କିଛି ନେଉଥିବା ବେଳେ କିଛି ଏହାକୁ ଅଧିକ ଅର୍ଥ ହାତେଇବାର ଜରିଆ କରି ସାରିଲେଣି । ଏଭଳି ଖବର ଏବେ ସାମ୍ନାକୁ ଆସିଛି । ଜଣେ ୩୭ ବର୍ଷୀୟ ଆମେରିକୀୟଙ୍କ ମିଛର ପର୍ଦ୍ଦାଫାଶ ହୋଇଛି । ସମସ୍ତେ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ରବି ମର୍ସର୍ ନାମକ ଜଣେ ବ୍ୟକ୍ତି ହଜାର ହଜାର ଲୋକଙ୍କ ଭାବନା ସହିତ ଖେଳିଛନ୍ତିି । ସେ କର୍କଟ ରୋଗରେ ପୀଡିତ ଥିବା କହି ଲେକାଙ୍କ ଠାରୁ ସାହାଯ୍ୟ ମାଗିଥିଲେ । ଗୋ ଫାଉଣ୍ଡ ମି ନାମକ ଏକ ସଂସ୍ଥାଠାରୁ ୨୫ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ । କିନ୍ତୁ ରବିଙ୍କ ଏହି ଚାଲାକି ପଦାରେ ପଡିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବ୍ୟକ୍ତି ତାଙ୍କର ଗୋଟିଏ ସଉକ ପୂରଣ କରିବା ପାଇଁ ଏହି ଠକେଇ କରିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ, କାଲିଫର୍ନିଆର ରବି ୱାର୍ଲ୍ଡ ସିରିଜ୍ ଅଫ୍ ପୋକର୍ ଟୁର୍ନାମେଣ୍ଟରେ ଖେଳିବାକୁ ଏତେ ଆଗ୍ରହି ଥିଲେ ଯେ ଏଥିପାଇଁ ସେ ଏକ୍ଟୠଙ୍କଦ୍ଭୟଗର କୁ ଚୂନା ଲଗାଇ ଦେଇଥିଲେ । ଏମିତି କି ନିଜକୁ ଚତୁର୍ଥ ପର୍ଯ୍ୟାୟ କର୍କଟ ରୋଗ ବୋଲି ଦର୍ଶାଇଥିଲେ । ତା’ପରେ ହଜାର ହଜାର ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ । ସେ କେବଳ ୬ ରୁ ୧୨ ମାସ ପର୍ଯ୍ୟନ୍ତ ବଂଚିବେ ବୋଲି ଲୋକଭ୍‌କୁ କହିଥିଲେ । ଆଜି ମରିବା ଆଗରୁ ଶେଷଥର ପାଇଁ ଟୁର୍ନାମେଣ୍ଟରେ ଖେଳିବା ତାଙ୍କର ସ୍ୱପ୍ନ ଥିଲା ବୋଲି ସେ କହିଥିଲେ ।

ତେବେ ରବିଙ୍କ ଏହି ମିଛ ଧରାପଡିଗଲା । କାରଣ, ଯେତେବେଳେ ଦାତାମାନେ ତାଙ୍କୁ କର୍କଟ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରିଲେ, ସେ ସେମାନଙ୍କୁ ସଠିକ ଉତ୍ତର ଦେଇପାରି ନଥିଲେ ।ଆଉ ତାଙ୍କର ଅଜବ ବ୍ୟବହାର ଦାତାମାନଙ୍କୁ ସନ୍ଦେହ କଲା ଯେ ସେ ହୁଏତ ଏକ ମିଥ୍ୟା କାହାଣୀ ତିଆରି କରିଛନ୍ତି । ଡାକ୍ତରଙ୍କ ନୋଟରେ ରବି ତାଙ୍କ ଅସୁସ୍ଥତାକୁ ନିଶ୍ଚିତ କରିବାରେ ଅସମର୍ଥ ଥିବାରୁ ଏହା ମଧ୍ୟ ଖୁବ୍ ଶୀଘ୍ର ପ୍ରକାଶ ପାଇଲା । ବ୍ୟକ୍ତି ଜଣକ କହିଥିଲେ ଯେ ସବୁକିଛି ଠିକ୍ ଚାଲିଛି, କିନ୍ତୁ ଯେତେବେଳେ ଲୋକମାନେ କର୍କଟ ବିଷୟରେ ଅଧିକ ପଚାରିବା ଆରମ୍ଭ କଲେ, ସେତେବେଳେ ସେ ଦ୍ୱନ୍ଦ୍ୱରେ ପଡ଼ିଗଲେ ।ଯାହାଫଳରେ ସବୁ ସତ କତା ଜଣା ପଡିଥିଲା । ତେବେ ଏନେଇ ଗୋ ଫାଉଣ୍ଡ ଫଣ୍ଡିଂ ୱେବସାଇଟ୍ କହିଛି ଯେ ଯେଉଁ ଦାତାମାନେ ଟଙ୍କା ସାହାଯ୍ୟ ଦେଇଥିଲେ ସେମାନେ ସମ୍ପୂର୍ଣ୍ଣ ଫେରସ୍ତ ପାଇବେ । ମୁଖପାତ୍ର କହିଛନ୍ତି ଯେ ଆମର ପ୍ଲାଟଫର୍ମର ଅପବ୍ୟବହାର କରିଥିବା ବ୍ୟକ୍ତିକୁ କଦାପି ବରଦାସ କରାଯିବ ନାହିଁ । ଯେଉଁମାନେ ଆମ ସମ୍ପ୍ରଦାୟର ଉଦାରତାର ଲାଭ ଉଠାନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ।

Advertisement

Leave a Reply

Your email address will not be published. Required fields are marked *