Pratidin TV

Odisha's Digital News Platform

ବାଲିଯାତ୍ରାରେ ଦୋକାନ ନିଲାମୀ ପ୍ରକ୍ରିୟାକୁ ବନ୍ଦ କରାଯାଉ : ସୋଫିଆ ଫିର୍ଦ୍ଦୋସ ..

1 min read

ବିଧାନ ସଭାରେ ବାଲିଯାତ୍ରା ପ୍ରସଙ୍ଗ ଉଠାଇଲେ କଟକ -ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ । ବାଲିଯାତ୍ରାରେ ଦୋକନ ନିଲାମ ପ୍ରସଙ୍ଗ ଉଠାଇ ସେ କହିଛନ୍ତି। ବାଲିଯାତ୍ରାରେ ଦୋକାନ ନିଲାମ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ । ପୁରୁଣା ପ୍ରକ୍ରିୟାରେ ଦୋକାନ କରିବା ପାଇଁ ସୁଲଭ ମୂଲ୍ୟରେ ଦୋକାନ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି।

ପୂର୍ବରୁ ବର୍ଗ ଫୁଟ୍‌‌ ପିଛା ୨୦ରୁ ୨୫ଟଙ୍କା ଦିଆଯାଉଥିବା ବେଳେ ଏବେ ବର୍ଗ ଫୁଟ୍‌‌ ପିଛା ୮୦୦ ଟଙ୍କା ନିଆଯାଉଛି । ଫଳରେ ଗରିବ ବ୍ୟବସାୟୀ ଓ ଏସଏଚଜି ମହିଳାମାନେ ଷ୍ଟଲ ଖୋଲିବାରୁ ବଞ୍ଚିତ ହେଉଛନ୍ତି । ଏହାସହିତ ବାଲିଯାତ୍ରା ପଡ଼ିଆକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ସୋଫିଆ । ଏହା ବ୍ୟତୀତ ସେ କହିଛନ୍ତି ଯେ, କିଭଳି ଭାବେ ଦେଶ ବିଦେଶର ବଡ ବଡ କମ୍ପାନୀ ବାଲିଯାତ୍ରାକୁ ଆସିବେ ସେନେଇ ବ୍ୟବସ୍ଥା କରାଯାଉ । କର୍ପୋରେଟ ସଂସ୍ଥା ଓ ଦେଶ ବିଦେଶର ବଡ ବଡ କମ୍ପାନୀ କିଭଳି ସେଠାରେ ଦୋକାନ ଖୋଲିବେ ସେନେଇ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସୋଫିଆ ।

Advertisement

Leave a Reply

Your email address will not be published. Required fields are marked *