Pratidin TV

Odisha's Digital News Platform

(ଭିଡିଓ)BMCର ମନମାନି : ନକହି କରୁଥିଲେ ଭଙ୍ଗାରୁଜା ,ରାସ୍ତାକୁ ଓହ୍ଲାଇଲେ ଉଠାଦୋକାନି

1 min read

ଭୁବନେଶ୍ୱର :ନିକଟରେ କିଛି ଦିନ ହେଲାଣି ମନ ମୁତାବକ କାମ କରୁଛି ବିଏସି ।ରାଜଧାନୀରେ ଅନେକ ଜାଗାରେ ଦୋକାନ ଗୁଡିକ ଭଙ୍ଗା ଯାଉଛି । ତାହା ପୁଣି ସରକାରଙ୍କ ନିର୍ଦ୍ଧେଶ ମୁତାବକ । କିଛି ନୋଟିସ୍ ଜାରି ନକରି ହଠାତ୍ ବୁଲଡ୍ରୋଜର ଚଡାଇ ଭାଙ୍ଗିଦିଆଯାଉଛି ରାସ୍ତା କଡରେ ଥିବା ଦୋକାନ ଗୁଡିକୁ । ହେଲେ ଏହୋ ଦୋକାନୀମାନେ ହଠାତ୍ ଯିବେ କେଉଁଠାକୁ ।ନିଜର ଗୁଜୁରାଣ ମେଣ୍ଟାଇବେ କିପରି । ସରକାର ଏସବୁ ପ୍ରତି ଖାମଖିଆଲି ରଖି ଦୋକାନ ଗୁଡିକୁ ଉଚ୍ଛୈଦ କରୁଥିବା ବେଳେ । ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଅନେକ ଉଠା ଦୋକାନୀ ।

ସୂଚନା ଅନୁଯାୟୀ, ଡମଣା ଓ ପଟିଆ ଅଞ୍ଚଳର ରାସ୍ତା କଡ଼ରେ ଥିବା କିଛି ଦୋକାନ ଆଜି ଭଙ୍ଗା ଯାଇଥିଲା । ଏହାକୁ ପ୍ରତିବାଦ କରି କିଛି ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇଛଇନ୍ତି । ତାଙ୍କ କହିବା ଅନୁସାରେ ବିଏମସି ବିନା ଥଇଥାନ କରି କିପରି ଦୋକାନ ଉଚ୍ଛେଦ କରୁଛି ଏବଂ ଆଗକୁ ସେମାନେ କିପରି ଗୁଜୁରାଣ ମେଣ୍ଟାଇବେ । ବିଏମସି ପ୍ରଥମେ ଥଇଥାନ କରୁ ପରେ ଦୋକାନ ଉଠାଉ ବୋଲି ଦାବି ଜଣାଇଛନ୍ତି ।

Advertisement

ଏଭଳି ଭଙ୍ଗାରୁଜ୍‌ା ଦ୍ୱାରା ଦୋକାନୀମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପତ୍ର ନଷ୍ଟ ହୋଇଛି । ତାହାର ଭରଣ କରିବ କିଏ ? କିଏ ଫେରାଇବ ତାଙ୍କ ଭାଙ୍ଗିରୁଜ୍‌ି ଯାଇଥିବା ଜିନିଷ । ଏନେଇ ଆଜି ରାସ୍ତା ଉପରେ ପ୍ରତିବାଦ କରି ଶୋଇଛନ୍ତି ଉଠାଦୋକାନି । ସେହିଭଳି ଭିଏଏସଏସ ନଗରର ଉଠାଦୋକାନଙ୍କୁ ମଧ୍ୟ ଏଫରି କିଛି ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ସେମାନଙ୍କୁ ନଜଣାଇ ବିଏମସି ଓଭରର୍ବିଜ୍ ର କାର୍ଯ୍ୟ ପାଇଁ ହଠାତ୍ ଆସି ଭଙ୍ଗାରୁଜ୍ଜା କରିଥିଲା ।

Leave a Reply

Your email address will not be published. Required fields are marked *