ଯୁକ୍ତ ୨ କଳାରେ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟର୍ର ସଫଳତା …
1 min readକଟକ : କଟକ ଝିଅ ବନିଲେ ଓଡିଶା ଟପ୍ପର । ଗତକାଲି ଯୁକ୍ତ ୨ କଳାର ରେଜଲ୍ଟ ପ୍ରକାଶ ପାଇଲା ପରେ କଟକ ଜିଲ୍ଲା ନିଆଳି ଅଞ୍ଚଳର ଝିଅ ଖୁସି ଆଚାର୍ଯ୍ୟଙ୍କ ଅଗାଢ ପରିଶ୍ରମର ସଫଳତା ସାମ୍ନାକୁ ଆସିଛି । ସେ ଯୁକ୍ତ ୨ କଳାରେ ୯୨.୫୦ % ରଖି ଗୌରବ ଅର୍ଜନ କରିଛନ୍ତି । ତେବେ ଖୁସି କଟକ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଛାତ୍ରୀ ହୋଇଥିବା ବେଳେ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟରରେ କୋଚିଂ ନେଉଥିଲେ ।
ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟରରେ ୧୭୦ ଜଣ ପିଲାଙ୍କ ମଧ୍ୟରୁ ଖୁସି ଆଚାର୍ଯ୍ୟ ୯୨.୫୦ % ରଖି ରେଭେନ୍ସା ଟପ୍ପର ହୋଇଛନ୍ତି । ସେହିଭଳି ତୃପ୍ତି ମିଶ୍ର ଓ ଚିନ୍ମୟୀ ଓଝା ୯୦ % ନମ୍ବର ରଖି ଅନୁଷ୍ଟାନିକୁ ଗୌରବାନ୍ୱିତ କରିଛନ୍ତି । ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ୫୦୦ ନମ୍ବରରୁ ଅଧିକ ରଖିଥିବା ବେଳେ ୭୦ % ରୁ ଅଧିକ ନମ୍ବର ରଖିଛନ୍ତି ୪୫ ଜଣ ଛାତ୍ରଛାତ୍ରୀ ।
ସେହିଭଳି ମୋଟ୍ ୮୦ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଏନେଇ କୋଚିଂ ସେଣ୍ଟରର ନିର୍ଦ୍ଦେଶକ ବିକାଶ ରଞ୍ଜନ ଦାସ ସମସ୍ତ ପିଲାମାନଙ୍କୁ ଶୁବେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହା ସହ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।