Pratidin TV

Odisha's Digital News Platform

+୨ କଳାରେ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟରର ଶତ ପ୍ରତିଶତ ସଫଳତା

1 min read

କଟକ : ଦୀର୍ଘ ୨୫ ବର୍ଷଧରି କଟକରେ +୨ ରେଜଲ୍ଟ ଶତ ପ୍ରତିଶତ ଦେଇଆସୁଥିବା କଲେଜ ଛକସ୍ଥ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟର ଏଥରବି +୨ କଳାରେ ଶତ ପ୍ରତିଶତ ପାସ୍ ହାରର ସଫଳତା ଲାଭ କରିଛି। ୧୩୦ଜଣ ଅଧ୍ୟାୟୀ ମଧ୍ୟରୁ ୫ଜଣ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖି ପାସ୍ କରିଥିବା ବେଳେ ୫୦ଜଣ ଶତକଡ଼ା ୮୦ରୁ ଓ ୫୦ଜଣ ଶତକଡ଼ା ୭୦ରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି। ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସୂର‌୍ୟ୍ୟସ୍ନାତା ପାତ୍ର ଶତକଡ଼ା ୯୪ ନମ୍ବର ରଖି କୋଚିଂ ସେଣ୍ଟରକୁ ଗୌରବାନ୍ବିତ କରିଛନ୍ତି।

ସେ ରେଭେନ୍ସାର ଜୁନିୟର କଲେଜର ତୃତୀୟ ୯୪% ପ୍ରତିଶତ ରଖିଥିବା ପିଲା । ସେହିପରି ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଷ୍ଟଡି ସେଣ୍ଟରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିକାଶ ରଞ୍ଜନ ଦାସ ସମ୍ବର୍ଦ୍ଧିତ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଓ ଶିକ୍ଷାଦାନ କରୁଥିବା ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *