Pratidin TV

Odisha's Digital News Platform

୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ: ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

1 min read

ଭୁବନେଶ୍ୱର: ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିବ। ଅପରାହ୍ନ ଘ.୪ଟା ରୁ ସନ୍ଧ୍ୟା ଘ.୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ।

ଦିନ ୧୧ଟାରେ ଗଜପତି ମହାରାଜା ଦିବ୍ୟ ସିଂଦେଓଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି। ବୈଠକରେ ସ୍ନାନଯାତ୍ରା , ଘୋଷଯାତ୍ରା ଓ ବାହୁଡାଯାତ୍ରାର ନୀତି ନିର୍ଦ୍ଦଣ୍ଟ ନେଇ ଆଲୋଚନା କରାଯିବ। ସ୍ନାନଯାତ୍ରାର ନୀତି ନିର୍ଦ୍ଦଣ୍ଟରେ ଆଜି ମୋହର ବାଜିବା ନେଇ ସମ୍ଭାବନା ରହିଛି। ସ୍ନାନ ଯାତ୍ରା ନେଇ କିଛି ପ୍ରସ୍ତାବ ମଧ୍ୟ ଗୃହୀତ ହୋଇପାରେ। ସ୍ନାନ ପୂର୍ଣ୍ଣିମାରେ ସର୍ବସାଧାରଣଙ୍କ ହାତୀବେଶ ଦର୍ଶନ ଉପରେ ମଧ୍ୟ ଆଲୋଚନା କରାଯିବ। ସେପଟେ ରଥଖଳାରେ ଜୋରସୋରରେ ରଥକାମ ଚାଲୁ ରହିଛି। ୩ ରଥର ଚକ ଡେରା ପରେ ଦିଗ ନିର୍ଣ୍ଣୟ ସମ୍ପନ୍ନ ହେବ।

Advertisement

Leave a Reply

Your email address will not be published. Required fields are marked *